ପେଟ୍ରୋଲ ଢାଳି କାର ଜାଳିଦେଲେ ଦୁର୍ବୃତ୍ତ

add-all

ପୁରୀ: ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଘର ସାମ୍ନାରେ ଥୁଆ ହୋଇଥିବା ଏକ ଚାରିଚକିଆ ଯାନକୁ ଜାଳି ଦେଲେ ଦୁର୍ବୃତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ ଯାନକୁ ଜାଳି ଦେବା ସହ ମାରଣାସ୍ତ୍ର ଧରି ତାଙ୍କ ଘର ଉପରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବିଜୟଙ୍କ ସାନ ପୁଅ ଦୀପକ ଖୁଣ୍ଟିଆକୁ ଗତ ଦୁଇବର୍ଷ ପୂର୍ବେ ଦୁର୍ବୁତ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ତେବେ ସେହି ଘଟଣାରେ କମ୍ପରମାଇଜ୍ କରିବା ସହ କୋର୍ଟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ସାକ୍ଷୀ ନଦେବା ପାଇଁ ଏହି ଘଟଣା ଘଟିଥିବା ଜଣାପଡିଛି। ସଦର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିଲା । ବର୍ତ୍ତମାନ ସମୟରେ ଭୟ ଓ ଆତଙ୍କରେ ରହିଛନ୍ତି ପରିବାର।

ad-week
Leave A Reply

Your email address will not be published.