ପାରାଦୀପ ପୋର୍ଟ ଲାଞ୍ଚ ମାମଲା: ୭ ଅଭିଯୁକ୍ତଙ୍କୁ ୯ ଦିନ ରିମାଣ୍ଡ ପାଇଁ ଆବେଦନ

add-all

ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଓ ଅନ୍ୟ ୬ଜଣ। ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଗିରଫ ଚର୍ଚ୍ଚିତ ମିଶ୍ର ଓ ଅନ୍ୟ ୬ ଜଣଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି ସେମାନଙ୍କୁ CBI କୋର୍ଟରେ ହାଜର କରାଯାଇଥିଲା । ମୋଟ୍‌ ୭ ଅଭିଯୁକ୍ତଙ୍କୁ ପୁଣି ୯ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ସିବିଆଇ ।

ସେହିପରି ସବୁ ଅଭିଯୁକ୍ତଙ୍କ ଭଏସ ସାମ୍ପଲ ଟେଷ୍ଟ ପାଇଁ ମଧ୍ୟ ଆବେଦନ ହୋଇଛି । ଏପଟେ ସିବିଆଇ କୋର୍ଟରେ ୩ ଅଭିଯୁକ୍ତ OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର, ବିଲଡର ଶିଶିର ଦାସ ଓ KCTର ଦେବବ୍ରତ ମହାନ୍ତିଙ୍କ ଜାମିନ ଆବେଦନ ଶୁଣାଣି ସରିଛି ।

ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ପାରାଦୀପ ପୋର୍ଟ କନଭେୟର ବେଲ୍‌ଟ ମରାମତି ପାଇଁ OSL ଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ମୋଟ୍‌ ୧୫ଟି ସ୍ଥାନରେ ଚଢଉ କରାଯାଇଥିଲା। ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତଙ୍କ ସହ ଓଡ଼ିଶା ଷ୍ଟିଭେଡର୍ସ ପ୍ରାଇଭେଟ ଲିମିଟେଡର ଡିଜିଏମ ଅପରେସନ ସୂର୍ଯ୍ୟନାରାୟଣ ସାହୁ, KCT ଗ୍ରୁପର ଶଙ୍ଖଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ବିଲଡର ଶିଶିର ଦାସଙ୍କ ସହ ପାରାଦୀପ ପୋର୍ଟ ଚିଫ୍‌ ମେକାନିକାଲ ଇଂଜିନିୟର ସରୋଜ କୁମାର ଦାସ ଓ ମିଡିଲମ୍ୟାନ ସୁମନ୍ତ ରାଉତ ଗିରଫ ହୋଇଥିଲେ ।

ad-week
Leave A Reply

Your email address will not be published.