ମୁଁ ଯାହାଙ୍କୁ ବିବାହ କରିଛି ସେ ଜଣେ ଖ୍ରୀଷ୍ଟିଆନ୍‌ : ତେଜସ୍ୱୀ

add-all

ପାଟନା: ବିହାରରେ ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହୋଇଥିବା ତେଜସ୍ୱୀ ଯାଦବଙ୍କୁ ନେଇ ଚର୍ଚ୍ଚା। ବାପା ଲାଲୁ ପ୍ରସାଦ ଯାଦବଙ୍କ ପରେ ଆରଜେଡିର ମଙ୍ଗ ସମ୍ଭାଳୁଥିବା ତେଜସ୍ୱୀ ଯୁବ ବୟସରୁ ଜଣେ ପୋଖତ ରାଜନେତା ଭାବେ ଉଭା ହୋଇଛନ୍ତି। ବିଜେପିଠାରୁ ଜେଡିୟୁ ସମ୍ପର୍କ ତୁଟାଇ ଆରଜେଡି ହାତ ଧରି ନୀତୀଶ କୁମାର ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ବିହାରରେ ସଂଖ୍ୟା ଦୃଷ୍ଟିରୁ ଆରଜେଡି ସର୍ବବୃହତ ଦଳ ଭାବେ ପରିଗଣିତ ହୋଇଛି। ଆରଜେଡିକୁ ଶକ୍ତିଶାଳି କରିବାରେ ମୁଖ୍ୟ ଭୂମିକା ନେଇଥିବା ୩୨ ବର୍ଷୀୟ ତେଜସ୍ୱୀଙ୍କୁ ନେଇ ଢେର ଆଲୋଚନା ଏବଂ ଚର୍ଚ୍ଚା। ଏହି ଅବସରରେ ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ତେଜସ୍ୱୀ ତାଙ୍କ ପ୍ରାଇଭେଟ ଲାଇଫ ବିଷୟରେ ଶେଆର କରିଛନ୍ତି । ନିଜ ଲାଇଫ ଫାର୍ଟନରଙ୍କ ବିଷୟରେ କହିବାକୁ ଯାଇ ପ୍ରେମ ସମ୍ପର୍କର ଖୁଲାସା କରିଛନ୍ତି ।
ଗତବର୍ଷ ବିବାହ କରିଥିବା ତେଜସ୍ୱୀ କହିଛନ୍ତି, ମୁଁ ଯାହାଙ୍କୁ ବିବାହ କରିଛି ସେ ଜଣେ ଖ୍ରୀଷ୍ଟିଆନ୍‌। ଆମେ ପ୍ରଥମେ ପ୍ରେମରେ ପଡ଼ିଥିଲୁ। ଦୁହିଁଙ୍କୁ ଡେଟିଂ କରିଥିଲୁ। ଯେତେବେଳେ ବିବାହ କଥା ଉଠିଲା, ମୁଁ ଘରେ ପ୍ରସ୍ତାବ ରଖିଥିଲି। ମୁଁ ମୋ ବାପା (ଲାଲୁ ପ୍ରସାଦ ଯାଦବ)ଙ୍କୁ କହିଥିଲି, ମୁଁ ଯାହାକୁ ଭଲ ପାଉଛି ସେ ଜଣେ ଖ୍ରୀଷ୍ଟିଆନ। ମୋ ବାପା କହିଥିଲେ କିଛି ଅସୁବିଧା ନାହିଁ। ଏହା ସହିତ ସେ ଆମ ବାହାଘର ପାଇଁ ରାଜି ଥିବା କହିଥିଲେ।
ସେ କହିଛନ୍ତି, ଆମ ପ୍ରେମ ସମ୍ପର୍କକୁ ପୂରା ପରିବାର ସ୍ୱୀକୃତି ଦେଇଥିଲା। ଲୋକେ ଏ ବିଷୟରେ ଜାଣିବା ଉଚିତ୍ ବୋଲି ମୋ ବାପା କହିଥିଲେ। ବିହାରରେ ଜାତିପ୍ରଥା ତୀବ୍ର ଥିବା ବେଳେ ଆମ ପରିବାର ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଥିଲା। ବିବାହର ସମସ୍ତ ଆୟୋଜନ ମୋ ଭଉଣୀ କରିଥିଲେ। ଅନେକ କ୍ଷେତ୍ରରେ ମୋ ବାପା ଜଣେ ଆଧୁନିକ ମଣିଷ। ସେ ସବୁ ପ୍ରକାର ବିଚାର ଓ ଇଚ୍ଛାକୁ ସମ୍ମାନ ଦିଅନ୍ତି ବୋଲି ତେଜସ୍ୱୀ କହିଛନ୍ତି।

ad-week
Leave A Reply

Your email address will not be published.