ନଦୀରେ ଡଙ୍ଗା ବୁଡ଼ି ୨୦ ଯାତ୍ରୀଙ୍କ ଜୀବନ ଗଲା 

add-all

ନୂଆଦିଲ୍ଲୀ: ଯମୁନା ନଦୀରେ ବୋଟ୍‌ ଟ୍ରାଜେଡି। ଉତ୍ତର ପ୍ରଦେଶର ବାନ୍ଦା ନିକଟରେ ଯମୁନାନଦୀରେ ଏକ ଡଙ୍ଗା ବୁଡ଼ି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଏହି ଦୁଃଖଦ ଘଟଣା ଘଟିଛି। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଡଙ୍ଗାଟିରେ ୩୬ ଜଣ ଲୋକ ଥିଲେ। ସେମାନେ ଫତେପୁର ଯାଉଥିଲେ। କୁହାଯାଉଛି, ଡଙ୍ଗାରେ ଆବଶ୍ୟକ ଠାରୁ ଅଧିକ ଲୋକେ ଥିବାରୁ ତାହା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଡଙ୍ଗା ବୁଡ଼ିବା ପରେ ୧୬ ଜଣ ପହଁରି ନଦୀ କୂଳକୁ ଫେରି ଆସିଥିଲେ। କିନ୍ତୁ ବାକି ୨୦ ପହଁରା ଜାଣି ନଥିବାରୁ ବୁଡ଼ି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ମାତ୍ର ୪ ଜଣଙ୍କ ଶବ ମିଳିଛି।
ସନ୍ଧ୍ୟା ହୋଇ ଆସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। ପୁଲିସ ପ୍ରଶାସନ ଓ ଦମକଳବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ad-week
Leave A Reply

Your email address will not be published.