ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଯାଞ୍ଚ, ଚିଠି ଲେଖି ଅନୁମତି ମାଗିଛି ASI

add-all

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଯାଞ୍ଚ। ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛି ASI। ଅଗଷ୍ଟ ୮ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ASI ସୁପରିଟେଣ୍ଡେଣ୍ଟ। ରାଜ୍ୟ ଆଇନ ବିଭାଗକୁ ମଧ୍ୟ ଚିଠି ଲେଖିଛନ୍ତି ASI ସୁପରିଟେଣ୍ଡେଣ୍ଟ। ପ୍ଲାଷ୍ଟର ଖରାପ ଥିବାରୁ ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।

ପୂର୍ବରୁ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିବାରୁ ଏବେ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏହି ଚିଠି ଲେଖାଯାଇଛି। ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଯାଇଥିବା ଯୋଗୁଁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିନଥିଲା। ପ୍ଲାଷ୍ଟର ଖରାପ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ଖୋଲିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ad-week
Leave A Reply

Your email address will not be published.