ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଛାଡିଲେ ୫୦ରୁ ଅଧିକ ନେତା

add-all

ଭୁବନେଶ୍ବର: କଂଗ୍ରେସ ଦଳ ମଧ୍ୟରେ କନ୍ଦଳ । କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ରାଜ୍ୟ ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରି ୫୦ରୁ ଅଧିକ ନେତା ଦଳ ଛାଡିଥିବା ସୂଚନା ମିଳିଛି । ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ପଦାଧିକାରୀ ଅଛନ୍ତି । କଟକ, ଗଞ୍ଜାମ ଓ ଅନ୍ୟାନ୍ୟ ଜିଲ୍ଲାରୁ ଯୁବ କଂଗ୍ରେସ ନେତା କଂଗ୍ରେସ ଦଳ ଛାଡ଼ିଛନ୍ତି ।

ପୂର୍ବରୁ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ ବାରିକ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଛାତ୍ର କଂଗ୍ରେସ ସମ୍ପାଦକ ପ୍ରବୀଣ ବୋଦଲା ପ୍ରମୁଖ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

ad-week
Leave A Reply

Your email address will not be published.