ନନ୍ଦନକାନନରେ ବିଶ୍ବ ହାତୀ ଦିବସ ପାଳିତ

add-all

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ଆଜି ବିଶ୍ବ ହାତୀ ଦିବସ ପାଳିତ ହୋଇଯାଇଛି। ହାତୀ ଓ ମଣିଷ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି ହାତୀ ବଂଶକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ବାର୍ତ୍ତା ଦେଇଛନ୍ତି।

ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଶା ସରକାରଙ୍କ ବନ ସଂରକ୍ଷକ କେଦାର କୁମାର ସ୍ଵାଇଁ। ସେ ହାତୀ ପ୍ରେମା, ବାସନ୍ତି , ହୀରା ଓ ମାମାଙ୍କୁ ଫଳ ଖୁଆଇ ହସ୍ତୀ ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପରେ ଅଧିକାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ହାତୀମାନଙ୍କୁ କଦଳୀ, ସେଓ, ଆଖୁ ଓ ତରଭୂଜ ପ୍ରଭୃତି ସୁସ୍ଵାଦୁ ଫଳ ଖୁଆଇ ଆପ୍ୟାୟିତ କରିିଥିଲେ। ମାହୁନ୍ତମାନଙ୍କୁ ପୁରସ୍କୃତ କରାଯାଇଥିଲା। ହାରପେସ ଭାଇରସ ଭୟରେ ଛୋଟ ହାତୀ ‘ମାମା’କୁ ଅନ୍ୟ ବଡଙ୍କ ଠାରୁ ଅଲଗା କରି ପାଳନ କରାଯାଇଛି। ପ୍ରେମା, ବାସନ୍ତି ଓ ହୀରାଙ୍କୁ ଫଳ ଖୁଆଇଥିଲେ ଅତିଥିମାନେ । ଏହି ଅବସରରେ ଆୟୋଜନ କରାଯାଇଛି ଦସ୍ତଖତ ଅଭିଯାନ, ଅନଲାଇନ୍‌ ଓ ଅଫଲାଇନ କୁଇଜ, ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ।

ad-week
Leave A Reply

Your email address will not be published.