ଛତ୍ରପୁରଠାରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

add-all

ଛତ୍ରପୁର : ଆଜାଦୀ କୀ ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଛତ୍ରପୁର ବିଜେପି ପକ୍ଷରୁ ଶୁକ୍ରବାର ଶୋଭାଯାତ୍ରା ମାଧ୍ୟମରେ ଏକ ସଚେତନତା କରାଯାଇଛି । ଆଜି ଅପରାହ୍ନରେ ଛତ୍ରପୁର ସ୍ଥିତ ପୁତିଗୋପାଳପୁର ଠାରୁ ଦଳୀୟ ନେତା ଓ କର୍ମୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ଏକ ଶୋଭାଯାତ୍ରାରେ ବାହିର ସହର ପରିକ୍ରମା କରିଥିଲେ । ଏହାସହ ବିଭିନ୍ନ ବର୍ଗର ଲୋକମାନଙ୍କୁ ଜାତୀୟ ପତାକାର ମର୍ଯ୍ୟଦା ରଖିବା ପାଇଁ ସଚେତନତା କରାଇଥିଲେ । ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ବାସଗୃହ ସମ୍ମୁଖରେ ଜାତୀୟ ପତାକା ଉଡାଇବା ସହ ଆଜାଦୀ କୀ ଅମୃତ ମହୋତ୍ସବ ପାଳନରେ ସାମିଲ ହେବାକୁ ବିଜେପି ନେତା ଓ କର୍ମୀମାନେ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ଲିଗାଲ ସେଲ୍‌ର ପ୍ରଦୀପ କୁମାର ପାଢୀ, ଛତ୍ରପୁର ନଗର ସଭାପତି ସଞ୍ଜିତ୍ କୁମାର ରାଉଳ, କାଉନସିଲର ଅମରେଶ ମହାରଣା, ଡି.ସୁରେଶ ରେଡ୍ଡୀ, ଆଇନଜୀବୀ ଚୈତନ୍ୟ ପ୍ରଧାନ ଓ ମନୋଜ କୁମାର ବେହେରା, କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ ।

ad-week
Leave A Reply

Your email address will not be published.