ଶ୍ରୀ ଭରତପତି ମହାବିଦ୍ୟାଳୟରେ ୪୩ତମ ପ୍ରତିଷ୍ଠା ଦିବସ ଉତ୍ସବ

add-all

ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତ ପତି ମହାବିଦ୍ୟାଳୟ ରେ ଶୁକ୍ରବାର ୪୩ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ଉଚ୍ଚଶିକ୍ଷା ର ମହତ୍ଵ ଉଦ୍ଧେଶ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇବା ସହ ଉଚ୍ଚ ଶିକ୍ଷିତ ଛାତ୍ରୀମାନେ ସମାଜକୁ ଦିଗଦର୍ଶନ ଦେଇପାରିବେ ବୋଲି ମତ ପ୍ରକାଶକ କରିଥିଲେ। କଲେଜ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ସମ୍ମାନୀତ ଅତିଥି ଭାବେ କଲେଜ ପ୍ରତିଷ୍ଠାତା ପରିବାର ସଦସ୍ୟ ଭାସ୍କର ପତି ଓ ଆଲୁମିନା ସଭାପତି ରାଧାନାଥ ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟାପକ ଡଃ ଅଶୋକ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ସୁଧାକର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ। ନିର୍ଦ୍ଦେଶକ ରାଜ ଗୋପାଳ ପାଢି ଙ୍କ ନିର୍ଦ୍ଦେଶିତ ନାଟକ “ଶାପିତ ପୁତ୍ର,କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିବା ବେଳେ ଅନେକ ଛାତ୍ର ଛାତ୍ରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିବାବେଳେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ପଣ୍ଡା ଓ ରାଜ ଗୋପାଳ ପାଢି ଙ୍କୁ ସମ୍ମାନିତ କରାଯାଇଥିଲା। ନାଟକ କାର୍ଯ୍ୟକ୍ରମ ରେ ନୀଳାଚଳ ପଟ୍ଟନାୟକ ଓ ମାଧବ ବାଡତ୍ୟା ଅଧ୍ୟାପକ ଶ୍ରୀନିବାସ ରାଓ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.