ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଜଣେ ଗିରଫ

add-all

ଭଞ୍ଜନଗର(୧୨/୮) : ତାରସିଂ ଥାନା ଅନ୍ତର୍ଗତ ହରିଗଡ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ରେ ଜଣେ ବ୍ୟକ୍ତି ଗିରଫ ହୋଇଥିବା ଜଣାପଡିଛି। ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ଙ୍କ ସୂଚନା ପ୍ରକାରେ ହରିଗଡ ଗ୍ରାମର ବିଷିକେଶନ ନାୟକ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ଜନୈକ ଏକ ବ୍ୟକ୍ତିଙ୍କ ଘରେ ପଶି ରାତିରେ ଶୋଇଥିବା ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଅନ୍ଧାରର ସୁଯୋଗ ନେଇ ଅସଦାଚରଣ କରିଥିଲେ । ଏନେଇ ତାରସିଂ ଥାନାରେ ସଂପୃକ୍ତ ବ୍ୟକ୍ତି ଜଣକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି ତାରସିଂ ଥାନା କେସନଂ – ୨୪୭/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ସୂଚନା ଦେଇଛନ୍ତି । ଖବର ନେବାରେ ହରିଗଡ ଗ୍ରାମର ଜନୈକ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ଖାଇସାରି ଶୋଇଯାଇଥିବା ବେଳେ ସେହି ସମୟରେ ବିଶିକେଶନ ଘରେ ପଶି ସଂପୃକ୍ତ ମହିଳାଙ୍କୁ ଅସଧାଚରଣ କରିବା ସମୟରେ ମହିଳା ଜଣଙ୍କ ପାଟି କରିବାରୁ ତାଙ୍କ ସ୍ବାମୀ ଉଠିପଡିଥିଲେ । ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସି ପଳାଉଥିବା ବେଳେ ମହିଳାଙ୍କ ସ୍ବାମୀ ତାର ପିଛା କରିଥିଲେ । ଏହି ସମୟରେ ବିଷିକେଶନ ମହିଳାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କୁ ଜଣାଇବା ସହ ଗାଲେରୀ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ad-week
Leave A Reply

Your email address will not be published.