ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା

add-all

ଭୁବନେଶ୍ବର: ରାଜଧାନୀରେ ଆଜି ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ବାଣୀବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ହୋଇଥିବାର ସୂଚନା ମିଳିଛି। ବ୍ରିଜ ଉପରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛପଟୁ ଏକ ବାଲି ବୋଝେଇ ହାଇୱା ପିଟିଛି। ଉଭୟ ଗାଡ଼ି ନଷ୍ଟ ହୋଇଛି।

ତେବେ ହାଇୱା ଚାଳକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଭୋର ସମୟରେ ଆଖି ଲାଗିଯାଇଥିବାରୁ ଦୁର୍ଘଟଣା ହୋଇଯାଇଥିବା ଚାଳକ କହିଛନ୍ତି।

ad-week
Leave A Reply

Your email address will not be published.