ପତ୍ନୀଙ୍କ ସହ ଘରେ ତ୍ରିରଙ୍ଗା ଲଗାଇଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

add-all

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ‘ହର ଘର ତିରଙ୍ଗା’ ଅଭିଯାନ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନରେ ଦେଶର ଅନେକ ଲୋକ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇଥିବାର ଦେଖିବାକୁ ମିଳିଛି। ଏହିକ୍ରମରେ ଶନିବାର ସକାଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ପତ୍ନୀ ସୋନାଲ ଶାହାଙ୍କ ସହ ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ତ୍ରିରଙ୍ଗା ପତାକା ଲଗାଇଥିବା ନଜର ଆସିଛନ୍ତି।

ଏଥିସହ ଆନୁଷ୍ଠାନିକ ଭାବେ ଅଭିଯାନ ଆରମ୍ଭ ହୋଇଥିଲା। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ସହ ତାଙ୍କ ଦିଲ୍ଲୀ ବାସଭବନରେ ତ୍ରିରଙ୍ଗା ପତାକା ଲଗାଇଛନ୍ତି। ଏହି ଅବସରରେ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନରେ ‘ଆଜାଦୀ କା ଅମୃତ ମହୋତ୍ସବ’ ଅଧୀନରେ ଦେଶରେ ‘ହର ଘର ତ୍ରିରଙ୍ଗା’ ଲଗାଯାଉଛି। ଏହି ଅଭିଯାନକୁ ଆହୁରି ସଫଳ କରିବାକୁ ସମସ୍ତ ଦେଶବାସୀଙ୍କୁ ନଡ୍ଡା ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.