ଫଡ଼ନାଭିସିଙ୍କୁ ମିଳିଲା ଗୃହମନ୍ତ୍ରଣାଳୟ, ଏକନାଥ ରଖିଲେ ନଗର ଉନ୍ନୟନ

add-all

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ସରକାରରେ ହୋଇଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଡେବେନ୍ଦ୍ର ଫଡ଼ନାଭିସଙ୍କୁ ମିଳିଛି ଗୃହ ମନ୍ତ୍ରଣାଳୟ। ସେହିପରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ତାଙ୍କ ପାଖରେ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛନ୍ତି। ସେହପରି ଫଡ଼ନାଭିସଙ୍କୁ ଆଇନ, ନ୍ୟାୟ, ଜଳ ସମ୍ପଦ, ଆବାସ ଏବଂ ଶକ୍ତି ମନ୍ତ୍ରଣାଳୟ ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଫଡନାଭିସ୍ ଆହୁରି ଅର୍ଥ ଏବଂ ଯୋଜନା ମନ୍ତ୍ରଣାଳୟ ମଧ୍ୟ ପରିଚାଳନା କରିବେ । ବିଜେପିର ରାଧାକୃଷ୍ଣ ବିକାଶ ପାଟିଲଙ୍କୁ ରାଜସ୍ୱ ବିଭାଗ ମିଳିଛି।
ସେହିପରି ବିଜେପିର ସୁଧୀର ମୁଙ୍ଗନ୍ତୀୱରଙ୍କୁ ଜଙ୍ଗଲ ମନ୍ତ୍ରୀ କରାଯାଇଛି। ଯାହାକୁ ସେ ପୂର୍ବରୁ ପରିଚାଳନା କରିଥିଲେ। ପୂର୍ବତନ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଉଚ୍ଚ ଓ ବୈଷୟିକ ଷୟିକ ଶିକ୍ଷା ମନ୍ତ୍ରୀ ପଦ ମଳିଛି। ସେ ମଧ୍ୟ ସଂସଦୀୟ ବ୍ୟାପାର ଦାୟିତ୍ୱରେ ରହିବେ।

ad-week
Leave A Reply

Your email address will not be published.