୨ ବଂଲାଦେଶୀ ନାଗରିକ ଗିରଫ, ୧୧ ଟି ନକଲି ପାସପୋର୍ଟ ଜବତ

add-all

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ପୁଲିସକୁ ବଡ଼ ସଫଳତା ମିଳିଛି। ରବିବାର ୨ ବଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୧ ଟି ନକଟଲି ପାସପୋର୍ଟ ଏବଂ ୧୦ ଟି ଷ୍ଟାମ୍ପ ଜବତ କରିଛି ପୁଲିସ। ସୂଚନାନୁସାରେ, ସହରରେ କଡ଼ାକଡ଼ି ଯାଞ୍ଚ ଚାଲିଛି। ରାମପାଲ ଚୌକରେ ଯାଞ୍ଚ ବେଳେ ପୁଲିସ ସେଠାରେ ରହୁଥିବା ଦୁଇ ବାଂଲାଦେଶୀ ନାଗରିକଙ୍କ ଘରକୁ ଯାଇଥିଲା। ଦୁଇ ବାଂଲାଦେଶୀ ନାଗରିକ ଏମ ମୋସ୍ତାଫା ଏବଂ ଏମଡି ହୁସେନ୍ ଶେଖ୍ ସେଠାରେ ରହୁଥିଲେ।
ସର୍ଚ୍ଚ ବଳେ ପୁଲିସ ସେମାନଙ୍କଠାରୁ ୧୧ ଟି ଫେକ ପାସପୋର୍ଟ ଏବଂ ୧୦ଟି ନକଲି ଷ୍ଟାମ୍ପ ଜବତ କରିଛି। ନକଲି ରବର ଷ୍ଟାମ୍ପ ବିଷୟରେ ସେମାନେ କୌଣସି ଉତ୍ତର ଦେଇପାରି ନଥିବା ପୁଲିସ କହିଛି। ପୁଲିସ ଉଭୟଙ୍କ ବିରୋଧରେ ବିଦେଶୀ ଅଧିନିୟମ ଏବଂ ୪୬୮ ଆଇପି) ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଦ୍ୱୟ ଦର୍ଶାଇଛନ୍ତି ଯେ, ସେମାନେ ଚିକିତ୍ସା ପାଇଁ ଆସୁଥିବା ବାଂଲାଦେଶୀ ନାଗରିକଙ୍କ ପାଇଁ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ।

ad-week
Leave A Reply

Your email address will not be published.