ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ

add-all

ଲକ୍ଷ୍ନୌ: ‘ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବୁ। ୧୫ ଦିନ ଭିତରେ ରେଜଲ୍ଟ ଦେଖିବ। ତୁମମାନେ ଆମକୁ ଯେତିକି କନ୍ଦେଇଛ ତା’ର ପ୍ରତି ଲୁହର ହିସାବ ଦେବାକୁ ପଡିବ।’ ଏଭଳି କିଛି ଧମକପୂର୍ଣ୍ଣ ଚିଠି ମିଳିଛି। ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ଭାରତୀୟ କୃଷକ ମଞ୍ଚରର ଜାତୀୟ ସଭାପତି ଏବଂ ପାଆଇଏଲ୍ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କୁ ହତ୍ୟା ଧମକ ଦେଇଛି। ଏହି ଘଟଣା ପରେ ପୁଲିସ ସଲମାନ ନାଁରେ ମାମଲା ରୁଜୁ କରିଛି।
ଉତ୍ତରପ୍ରଦେଶର ଆଲମବାଗ ଅଞ୍ଚଳରେ ରହୁଥିବା ପିଆଇଏଲ୍‌ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କ ଘର ବାହାରେ ଗୁରୁବାର ରାତିରେ ଏକ ବ୍ୟାଗ୍‌ ମିଳିଥିଲା। ସେହି ବ୍ୟାଗ୍‌ରୁ ଏକ ଚିଠି ମିଳିଥିଲା। ଏଥିରେ ଦେବେନ୍ଦ୍ରଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଏଥିରେ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଦେବେନ୍ଦ୍ରଙ୍କ ଅଭିଯୋଗ ପରେ ଆଲମବାଗ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
‘ଦେବେନ୍ଦ୍ର ତୁମକୁ ବାରମ୍ବାର ବୁଝାଇବା ପରେ ବି ମାନିଲନି। ପିଆଇଏଲ୍‌ ଯୋଗୁ ମୁସଲମାନଙ୍କ ପେଟକୁ ଲାତ ପଡିଛି। ଯୋଗୀଙ୍କ କହିବା ଅନୁସାରେ ପିଆଇଏଲ୍‌ ଦାଖଲ ଯୋଗୁ ଆମ ସମସ୍ତଙ୍କ କଂସେଇଖାନା ବନ୍ଦ ହୋଇଗଲା। ତେଣୁ ତୁମକୁ ଆଉ ଯୋଗୀଙ୍କୁ ବୋମା ଲଗାଇ ଉଡାଇଦେବୁ । ଅପେକ୍ଷା କର ୧୫ ଦିନ ଭିତରେ ରେଜଲ୍ଟ ଜଣାପଡିଯିବ। ତୁମେମାନେ ଯେତିକି ଅସଦଦ୍ଦୁଦିନ ଓୱେସି ଓ ମୌଲାନା ମଦନୀଙ୍କୁ କନ୍ଦେଇଛ, ତାଙ୍କର ଗୋଟିଏ ଗୋଟିଏ ଲୁହର ପ୍ରତିଶୋଧ ନେବୁ ବୋଲି ଚିଠିରେ ଉଲ୍ଲେଖ ଅଛି।’
ରାଜ୍ୟରେ କଂସେଇଖାନା ସମ୍ପର୍କିତ ଏହି ଚିଠିଟି ଆସିଥିବା କୁହାଯାଉଛି। କାରଣ ନିକଟରେ ତିୱାରୀ ରାଜ୍ୟରେ ବେଆଇନ କଂସେଇଖାନା ଖୋଲିବାକୁ ବିରୋଧ କରି କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଧମକପୂର୍ଣ୍ଣ ଚିଠି ଆସିଥିବା କୁହାଯାଉଛି। ତେବେ ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୁଲିସ ତୁରନ୍ତ ଘଟଣାକୁ ନେଇ ଗୁରୁତର ସହ ନେଇ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରୁଛି। ତେବେ ସଲମାନକୁ ଏପର୍ଯ୍ୟନ୍ତ ଗିରଫ କପାରିନି ପୁଲିସ।

ad-week
Leave A Reply

Your email address will not be published.