କାମାକ୍ଷାନଗରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ

add-all

କାମାକ୍ଷାନଗର: କାମାକ୍ଷାନଗରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ କାମାକ୍ଷାନଗର ବ୍ଲକ ଗୁନେଇବିଲ୍ଲି ଗ୍ରାମର ଶାନ୍ତିଲତା ଭୋଇ (୬୫ବର୍ଷ)। ଶାନ୍ତିଲତା ଭଉଣୀ ଘର ସୋଗର ଗ୍ରାମକୁ ଆସିଥିବା ବେଳେ ଲଗାଣ ବର୍ଷାରେ ଘରେ ବସିଥିବା ବେଳେ ତାଙ୍କ ଉପରେ କାନ୍ଥ ଖସିପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଅଁଳାବେରେଣି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କାନ୍ଥଟି ଦୁର୍ବଳ ହୋଇଯାଇଥିଲା। ଏଣୁ କାନ୍ଥଟି ଖସିପଡ଼ିଥିବା ଜଣାପଡିଛି। ତେବେ ଖବର ପାଇ ପେୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.