ଯାଜପୁରର ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

add-all

ଯାଜପୁର: ଯାଜପୁରର ବୈତରଣୀ ନଦୀରେ ଦେଖା ଦେଇଛି ବନ୍ୟା ପରିସ୍ଥିତି। ଉପର ମୁଣ୍ଡରେ ବର୍ଷା ଯୋଗ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳସ୍ତର ୧୮.୬୬ ମିଟରରେ ପ୍ରଭାବିତ ହେଇଥିବା ବେଳେ ବିପଦ ସଂକେତ ୧୭.୮୩ ମିଟର ରହିଛି। ତେବେ ବନ୍ୟା ଯୋଗୁ ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା ଦଶରଥପୁର ବ୍ଲକକୁ ନଜରରେ ରଖାଯାଇଥିବା ବେଳେ ଜିଲ୍ଲାପାଳ ଦଶରଥପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ବୈତରଣୀର ଶାଖା କାଣୀ ନଦୀ ମଲ୍ଲିକାପୁର – ପଲ୍ଲାସାହି ପୋଲ ଉପରେ ୩ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହାଫଳରେ ଯୋଗାଯୋଗ ବିଛିନ୍ନ ହେବାର ପରିସ୍ଥିତି ଉପୁଜିଛି। ଜଳସ୍ତର ବୃଦ୍ଧି ଯୋଗୁ ବନ୍ୟାକୁ ସାମ୍ନା କରିବାକୁ ପ୍ରଶାସନ ପ୍ରସ୍ତୁତ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର କହିଛନ୍ତି।

ad-week
Leave A Reply

Your email address will not be published.