ନିୟମଗିରି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

add-all

ଭବାନୀପାଟଣା: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଆଜାଦୀ କା ଅମୃତ ମହୋତ୍ସବ। ଜାତୀୟ ପତାକାକୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍‌ ଘର୍‌ ତ୍ରିରଙ୍ଗା ଆହ୍ବାନ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ଅନେକ ଗାଁ ଅଛି, ଯେଉଁଠାରେ ସ୍ବାଧୀନତା କ’ଣ ଜାଣି ନାହାନ୍ତି। ଏପରି ଏକ ଅଞ୍ଚଳ ହେଉଛି ଜିଲାର ଲାଞ୍ଜିଗଡ଼ ବ୍ଲକ ଅଧୀନ ନିୟମଗିରି ପାହାଡ଼ ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ଡଙ୍ଗରିଆ ଓ ଝରଣିଆ ଆଦିବାସୀଙ୍କ ଗାଁ । ଏହି ଗାଁରେ ସୋମବାର ଦେଖିବାକୁ ମିଳିଛି ଫରଫର ହୋଇ ଉଡୁଥିବା ତ୍ରିରଙ୍ଗା। ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ନିୟମଗିରି ପାହାଡରେ ଥିବା ଫୁଲଡୁମେର, କୁନକାଡୁ, ପାଲବେରି ଆଦି ମାଓବାଦୀପ୍ରବଣ ଅଞ୍ଚଳଗୁଡିକୁ ଯାଇ ଆଦିବାସୀଙ୍କ ପ୍ରତ୍ୟେକ ଘରେ ଜାତୀୟ ପତାକା ବଣ୍ଟନ କରିବା ପରେ ସେମାନେ ୭୬ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି।

ad-week
Leave A Reply

Your email address will not be published.