ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ

add-all

ନୂଆଦିଲ୍ଲୀ / ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ପରିବାର ସଦସ୍ୟ ଏବଂ ଦେଶର ଯବାନଙ୍କ ସହ ଶ୍ରୀ ପ୍ରଧାନ ଆଜିର ଦିବସକୁ ପାଳନ କରିଛନ୍ତି।

ଦେଶବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆମର ତ୍ରିରଙ୍ଗା ସର୍ବଦା ଉଚ୍ଚରେ ଉଡ଼ୁ। ଅମୃତ କାଳରେ ସବୁ ସୁଯୋଗକୁ ହାତେଇବା ସହ ବିକଶିତ ଭାରତ ପାଇଁ ସମସ୍ତେ ନିଜ ସମ୍ଭାବ୍ୟ ଉପାୟରେ ସବୁ ପ୍ରକାର ଉଦ୍ୟମ କରିବାକୁ ଦେଶବାସୀଙ୍କୁ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ad-week
Leave A Reply

Your email address will not be published.