ନବାବ ମଲିକଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ: ସମୀର ୱାଙ୍ଖେଡେ ଆଣିଲେ ଗୁରୁତର ଅଭିଯୋଗ

add-all

ମୁମ୍ବାଇ: ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଆଉ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ପୂର୍ବତନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ଅଭିଯୋଗ ଉପରେ ଗୋରେଗାଓଁ ପୋଲିସ ନବାବ ମଲିକଙ୍କ ବିରୋଧରେ ଆଇପିସିର ଧାରା ୫୦୦, ୫୦୧ ଅନୁଯାୟୀ ମାମଲା ରୁଜୁ କରିଛି।

ଏହା ସହିତ, ଏସସିଏସଟି ଅଧିନିୟମ ଅନୁଯାୟୀ ଧାରା ୩ (୧) (ୟୁ) କୁ ମଧ୍ୟ ଲାଗୁ କରାଯାଇଛି।

ସମୀର ୱାଙ୍ଖେଡେ ବର୍ତ୍ତମାନ ଚେନ୍ନାଇରେ ଅତିରିକ୍ତ କମିଶନର ଡିଜିପିଏଫ୍ ଅଛନ୍ତି। ଗୋରେଗାଓଁ ପୋଲିସ ଷ୍ଟେସନରେ ଦିଆଯାଇଥିବା ଏଫଆଇଆର ଅନୁଯାୟୀ, ସମୀର ୱାଙ୍ଖେଡେ ନବାବ ମଲିକଙ୍କୁ ତାଙ୍କ ଏବଂ ତାଙ୍କ ପରିବାରକୁ ବଦନାମ କରିବା ସହ ତାଙ୍କୁ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି। କାରଣ ସେ ମହାର (ଅନୁସୂଚିତ) ଜାତିର ଅଟନ୍ତି।

ଡ୍ରଗ୍ସ ଅଭିଯୋଗରେ ନବାବ ମଲିକଙ୍କ ଜ୍ଵାଇଁ ସମୀର ଖାନଙ୍କୁ ଗିରଫ କରିବା ପରେସମୀର ୱାନକେଡେଙ୍କ ବିରୋଧରେ ମିଥ୍ୟା ଅଭିଯାନ ଆରମ୍ଭ କରି ତାଙ୍କ ମହାର ଜାତି ଉପରେ ନବାବ ମଲିକ ପ୍ରଶ୍ନ କରିଥିଲେ। ନବାବ ମଲିକ ମଧ୍ୟ ସମୀର ୱାଙ୍ଖେଡଙ୍କୁ ଧର୍ମ ପରିବର୍ତ୍ତନ କରିଥିବା ମିଥ୍ୟା ଅଭିଯୋଗ କରିଥିଲେ। ଦୁର୍ନୀତି ଅଭିଯୋଗରେ ତାଙ୍କ ସରକାରୀ ଚାକିରି ଉପରେ ପ୍ରଶ୍ନ କରିଥିଲେ।

ad-week
Leave A Reply

Your email address will not be published.