ଆବର୍ଜନା ସ୍ଥଳରୁ ୧୭ ଭୃଣ ଉଦ୍ଧାର

add-all

କୋଲକାତା: କେଉଁଠୁ ଆସିଲା ଏତେ ଭ୍ରୁଣ। ଏ ସବୁକୁ କିଏ ଫିଙ୍ଗିଲା । ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ। ଆବର୍ଜନାସ୍ଥଳରୁ ଉଦ୍ଧାର ହେଲା ୧୭ ଭ୍ରୁଣ। ହାଉଡ଼ା ମ୍ୟୁନ୍ସପାଲଟିର ଉଲୁବେରିଆ ସହରୁ ଏଡି ଭ୍ରୁଣମାନ ଉଦ୍ଧାର ହୋଇଛି। ଉଲୁ ବେରିଆ ସହର ୱାର୍ଡ ନମ୍ବର ୩୧ରୁ ଏହି ଭ୍ରୁଣଗୁଡ଼ିକ ମିଳିଥିଲା। ଉଦ୍ଧାର ୧୭ଟି ଭ୍ରୁଣ ମଧ୍ୟରୁ ୧୦ ମହିଳା ଏବଂ ୬ ଜଣ ପୁରୁଷ ବୋଲି ଚିହ୍ନଟ କରାଯାଇଛି। ଉଲୁବେରିଆ ମ୍ୟୁନ୍ସିପାଲଟି ଅନୁଯାୟୀ, ଉଲୁବେରିଆ ଟାଉନ ଅଞ୍ଚଳର ଦେଢ଼ କିଲୋମିଟର ମଧ୍ୟରେ ୩୦ ଟି ଘରୋଇ ନର୍ସିଂହୋମ ରହିଛି । ଏହି ଭ୍ରୁଣ ଗୁଡ଼ିକୁ ନର୍ସିଂ ହୋମ ପକ୍ଷରୁ ପକାଯାଇ ଥିଲା କି ନାହିଁ ପୁଲିସ ତାହା ତଦନ୍ତ କରୁଛି ।
ନର୍ସିଂହୋମରୁ ଡାକ୍ତରୀ ବର୍ଜ୍ୟବସ୍ତୁ ଭାବରେ ଏହି ଭ୍ରୁଣଗୁଡ଼ିକୁ ଏଠାରେ ପକାଯାଇବା ପୁଲିସ ସନ୍ଦେହ କରୁଛି । ସେହିପରି ପରେ ଏହି ଭ୍ରୁଣ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଅଲବରିଆ ଡାକ୍ତରଖାନାକୁ ପଠାଯାଇଛି । ଉଲୁବେରିଆ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.