ନିଯୁକ୍ତିର କିଛି କ୍ଷଣ ମଧ୍ୟରେ ଇସ୍ତଫାଦେଲେ ଗୁଲାମ ନବୀ ଆଜାଦ୍‌

add-all

ଜମ୍ମୁ: କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ପ୍ରଚାର କମିଟିରେ ମୁଖ୍ୟ ଭାବେ ନିଯୁକ୍ତି ମିଳିବା ପରେ ସେ ଏହି ପଦରୁ ଓହରିଯାଇଛନ୍ତି। ଦଳ ଉପରେ ପ୍ରବଳ ଅସନ୍ତୁଷ୍ଟ ଥିବା ଗୁଲାମ ନବୀ ତାଙ୍କୁ ମିଳିଥିବା ପଦକୁ ଅଗ୍ରାହ୍ୟ କରିଦେଇଛନ୍ତି । ସେହିପରି ସେ ଜମ୍ମୁ ଏବଂ କଶ୍ମୀର ରାଜନୈତିକ ଆଫେୟାର୍ସ କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସର୍ବଭାରତୀୟ ଆଫେୟାର୍ସ କମିଟିର ସଦସ୍ୟ ଥିବା ବେଳେ ଏବେ ଦଳ ପକ୍ଷରୁ ତାଙ୍କୁ ମିଳିଥିବା ପଦବୀକୁ ସେ ଅବନତି ଭାବେ ଦେଖୁଛନ୍ତି। ଦଳର ଜଣେ ଭେଟେରାନ ନେତା ଭାବେ ଗୁଲାମ ନବୀ ଆଜାଦ ପୂର୍ବରୁ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଥିଲେ। ସେହିପରି ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । କଂଗ୍ରେସର ବିଦ୍ରୋହୀ-୨୩ ଗୋଷ୍ଟୀର ଅନ୍ୟତମ ସଦସ୍ୟ ଗୁଲାମନବୀ ଆଜାଦ ସୋନିଆ ଗାନ୍ଧିଙ୍କୁ ବିସ୍ଫୋରକ ଚିଠି ଲେଖିଥିଲେ ।
୨ ବର୍ଷ ତଳେ ଲେଖାଯାଇଥିବା ଚିଠିରେ ସେ ଦଳର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ। ସେହିପରି ଜମ୍ମୁ କଶ୍ମୀର ୟୁନିଟିର ରାଜ୍ୟ ସଭାପତି ଭାବେ ତାଙ୍କ ଘନିଷ୍ଠ ମୁଲା ଅହମ୍ମଦ ମିରଙ୍କୁ ବାଦ ଦିଆଯିବାକୁ ନେଇ ଆଜାଦ୍‌ ଅସନ୍ତୁଷ୍ଟଥିଲେ। ତାଙ୍କ ସ୍ଥାନରେ ବିକାଶ ରସୁଲ ୱାନିଙ୍କୁ ନିଯୁକ୍ତ କରିଥିଲା କଂଗ୍ରେସ।
ସେହିପରି ସୋନିଆ ଗାନ୍ଧି ତୁରନ୍ତ ପ୍ରଚାର କମିଟି, ରାଜନୈତିକ ବ୍ୟାପାର କମିଟି, ସମନ୍ୱୟ କମିଟି, ମେନିଫେଷ୍ଟୋ କମିଟି କମିଟି ଆଦି ଗଠନ କରିଛନ୍ତି । ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ତାଲିକା ଶେଷ ହେବା ପରେ ନିର୍ବାଚନ ଅନୁଷ୍ଠିତ ହେବ।

ad-week
Leave A Reply

Your email address will not be published.