ଜମ୍ମୁ :୨୫ ଲକ୍ଷ ବାହାର ଭୋଟର, ଉଠିଲା ବିରୋଧର ସ୍ୱର

add-all

ଜମ୍ମୁ:ଜମ୍ମୁ-କଶ୍ମୀରରେ ଭୋଟ ଦେବେ ଅଣବାସିନ୍ଦା। ଜମ୍ମୁ-କଶ୍ମୀର ଭୋଟର ତାଲିକା ସଂଶୋଧନ ପରେ ୨୫ ଲକ୍ଷ ନୂଆ ଭୋଟରଙ୍କୁ ସାମିଲ କରାଯାଇଛି। ଯେଉଁମାନେ ହେଉଛନ୍ତି ଅଣ ଜମ୍ମୁ-କଶ୍ମୀର ବାସିନ୍ଦା। ତେବେ ଭୋଟର ତାଲିକା ସଂଶୋଧନକୁ ନେଇ ଉଠିଛି ବିରୋଧର ସ୍ୱର। ମୁଖ୍ୟତଃ ଏଥିରେ ଅଣ ଜମ୍ମୁ-କଶ୍ମୀର ବାସିନ୍ଦାଙ୍କୁ ତାଲିକାରେ ସାମିଲ କରାଯାଥିବାରୁ ପ୍ରଶ୍ନ ଉଠାଇଛନ୍ତି ଅଣ ବିଜେପି ରାଜନୈତିକ ଦଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବୁ ମୁଫତି଼ ଏବଂ ଓମର ଅବଦ୍ଦୁଲା
ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏହା ଏକ ବିପଜନ୍ନକ ପଦକ୍ଷେପ ବୋଲି କହିଛନ୍ତି । ପ୍ରାୟ ୪ ବର୍ଷ ହେଲା ଜମ୍ମୁ-କଶ୍ମୀରିରେ ନିର୍ବାଚିତ ସରକାରକାର ନାହିଁ। ଆସନ୍ତା ବର୍ଷ ନିର୍ବାଚନ ହେବା ନେଇ ଆଶା କରାଯାଉଛି। ଜମ୍ମୁ କଶ୍ମୀରିରୁ ଧାରା ୩୭୦ ଉଚ୍ଛେଦ ହେବାରେ ସେଠାରେ ନୂଆ ଭୋଟର ତାଲିକା ସଂଶୋଧନ କରାଯାଇଛି। ସେହିପରି ସମ୍ବିଧାନରେ ହୋଇଥିବା ପରିବର୍ତ୍ତନରେ ସେଠାରେ ଅଣ ଜମ୍ମୁ-କଶ୍ମୀର ବାସିନ୍ଦା ଭୋଟ ଦେବାର ନେଇ ପ୍ରାବଧାନ କରାଯାଇଛି।
ଜମ୍ମୁ କଶ୍ମୀର ନିର୍ବାଚନ ଅଧିକାରୀ ହିରଦେଶ କୁମାର କହିଛନ୍ତି ଯେ, ପ୍ରାୟ ୨୦ ଲକ୍ଷ ନୂଆ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଛି। ଆଗାମୀ ନିର୍ବାଚନରେ ପ୍ରାୟ ୭୬ ଲକ୍ଷ ଭୋଟର ଭୋଟ ଦେବେ। ତେବେ ଭୋଟର ତାଲିକା ସଂଶୋଧନ ଏବଂ ଅଣ ଜମ୍ମୁ ବାସିନ୍ଦାକୁ ଭୋଟ ଦେବା ସୁଯୋଗକୁ ନାପସନ୍ଦ କରିଛନ୍ତି ।
ଅନ୍ୟପଟେ ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି ଯେ ଅଣ-ସ୍ଥାନୀୟ ଲୋକଙ୍କୁ ଭୋଟ୍ ଦେବା ପାଇଁ କୌଣସି ସମସ୍ୟା ନାହିଁ। ଜମ୍ମୁ କାଶ୍ମୀରରେ କେହି କେତେ ଦିନ ବାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜମ୍ମୁ କାଶ୍ମୀରରେ ଅଣ-ସ୍ଥାନୀୟ ଲୋକ ରହୁଛନ୍ତି କି ନାହିଁ ତାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ERO ଗ୍ରହଣ କରିବ । ଏପରିକି ଏଠାରେ ଭଡ଼ାରେ ରହୁଥିବା ଲୋକମାନେ ମଧ୍ୟ ଭୋଟ୍ ଦେଇପାରିବେ ।

ad-week
Leave A Reply

Your email address will not be published.