ବୁଡ଼ାଗୁଡା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଦଯାପିତ…

add-all

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବୁଡାଗୁଡା ଗ୍ରାମ ପଂଚାୟତ ମହକୁମାରେ ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ ନେଇଁ ଆଞ୍ଚଳିକ ସ୍ତରରେ ଭଲିବଲ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ଜି ଆର ଏସ, ପଞ୍ଚାୟତର ସମସ୍ତ ଗାଁ ସାଥି ଓ ସରପଞ୍ଚଙ୍କ ସହଯୋଗୀ ପଙ୍କଜ ଲିମାଙ୍କ ମିଳିତ ସହଯୋଗରେ ଭଳିବଲ ଟୁର୍ଣ୍ଣାମେଣ୍ଟର ଆୟୋଜିତ ହୋଇଥିଲା। ଏହି ହସ୍ତ ପେଣ୍ଡୁ ପ୍ରତିଯୋଗିତାରେ ଦାରିଙ୍ଗବାଡି ବ୍ଲକର ୪ଟି ଗ୍ରାମପଞ୍ଚାୟତ ଯଥା ବୁଡ଼ାଗୁଡା, ଗୁମିକିଆ, ତିଲୋରି ଓ କିରୀକୁଟିର ୮ଟି ଦଳ ଅଂଶ ଗ୍ରହଣ କରି ଥିବା ବେଳେ ବାଲିଗୁଡା ଓ କୋଟଗଡ ବ୍ଲକର ଭଲି ଟିମ ଅଂଶ ଗ୍ରହଣ କରିଥିଲେ। ସର୍ଵ ମୋଟ ୧୬ଟି ଦଳ ମଧ୍ୟରେ ହସ୍ତ ପେଣ୍ଡୁ ପ୍ରତିଯୋଗିତା ଗତ ୧୨ ରୁ ଆରମ୍ଭ ହୋଇ ୧୫ ଅଗଷ୍ଟରେ ଉଦ୍ଦଯାପିତ ହୋଇଥିଲା। ଏହି ପ୍ରତି ଯୋଗିତାରେ ତିଲୋରୀ ପଞ୍ଚାୟତର ଏ ଓ ବି ଟିମ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ବିଜୟୀ ହୋଇଥିଲେ। ଆୟୋଜକ ମଣ୍ଡଳୀ ଦ୍ୱାରା ଉଇନର ଦଳକୁ ଟ୍ରଫି ସହିତ ପାଞ୍ଚ ହଜାର ଓ ରନର୍ସ ଦଳକୁ ଟ୍ରଫି ସହ ତିନି ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଫାଇନାଲ ଖେଳରେ ଅତିଥି ଭାବେ ଗୁମିକିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ, ତିଲୋରି ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ସମିତି ସଭ୍ୟ, ବୁଡ଼ାଗୁଡା ସି ଆର ସି, ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ କ୍ରମ ବୁଡ଼ାଗୁଡାର ସମସ୍ତ ସ୍ବେଛା ସେବୀଙ୍କ ସହ ଯୋଗରେ ଶାନ୍ତି ପୂର୍ଣ୍ଣ ଭାବେ ସମ୍ପାଦିତ ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.