ମଦ୍ରାସାରେ ବିସ୍ପୋରଣ, ୨୦ ମୃତ

add-all

ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମାଦ୍ରାସାରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି।  ବୁଧବାର କାବୁଲରେ ହୋଇଥିବା ଏହି ବିସ୍ଫୋରଣରେ ୨୦ ଜଣକର ମୃତ୍ୟୁ ଘଟିଛି। ଏଥିରେ ୪୦ ଜଣ ଆହତ ହୋଇଥିବା ଆଶଙ୍କା କରାଯାଉଛି। କାବୁଲର ଉତ୍ତର ପଶ୍ଚିମରେ କଥଟାଲ-ଇ-କାହିର ଖାନ୍ନା ଅଞ୍ଚଳରେ ଏହି ଘଟଣା ଘଟିଛି। କାବୁଲ ସୁରକ୍ଷା କମାଣ୍ଡର ମୁଖପାତ୍ର ଖଲିଦ ଜରଦାନ କହିଛନ୍ତି ଯେ, ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି କି ଏହାର କାରଣ ଜଣାପଡ଼ି ନାହିଁ।

ad-week
Leave A Reply

Your email address will not be published.