୭ ଭାରତୀୟ ଓ ଗୋଟିଏ ପାକିସ୍ତାନୀ ୟୁ-ଟ୍ୟୁବ୍‌ ଚାନେଲ ବ୍ଲକ କଲେ ସରକାର

add-all

ନୂଆଦିଲ୍ଲୀ: ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ୍‌ ଚାନେଲକୁ ବ୍ଲକ କଲା ଭାରତ। ଏହି ଚାନେଲ ଗୁଡ଼ିକରେ ଭାରତ ବିରୋଧୀ ମିଥ୍ୟା ଖବର ପରିବେଶଣ କରାଯାଉଥିଲା। ଏହି ନିଷିଦ୍ଧ ଚାନେଲ ଗୁଡ଼ିକର ୮୫ ଲକ୍ଷ ସବସ୍କ୍ରାଇବର ଥିଲେ। ଏକ ପ୍ରେସ ବିବୃତ୍ତିରେ ଏହି ସୂଚନା ଦେଇଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ। ଗତ ଏପ୍ରିଲ ମାସରେ ସରକାର ୧୬ଟି ୟୁଟ୍ୟୁବ୍‌ ଚାନେଲ ବନ୍ଦ କରିଥିଲେ। ସେଥରୁ ୬ଟି ପାକିସ୍ତାନରୁ ଅପରେଟିଂ ହେଉଥିଲା। ସେଥିରେ ଭାରତ ବିରୋଧୀ ତଥ୍ୟ ଗୁଡ଼ିକ ପ୍ରସାରଣ ହେଉଥିଲା। ବାକି ୧୦ଟି ନ୍ୟୁଜ ଚେନେଲ ଭାରତର ଥିଲା। ଦେଶର ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ ବ୍ୟାପାରା, ଏବଂ ସାମ୍ପ୍ରଦାୟିକ ଏକତାକୁ ବିଗାଡ଼ିବା ପାଇଁ ଉଦ୍ୟମ ହୋଇଥିଲା। ଆଇଟି ନିୟମ ୨୦୨୧ ଅନୁଯାୟୀ ଭାରତ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବନ୍ଦ କରାଯାଇଥିବା ଚ୍ୟାନେଲ୍ ଭାରତୀୟ ସୈନ୍ୟ, ଜମ୍ମୁ କାଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗକୁ ଅତିରଞ୍ଜିତ କରି ମିଛ ଖବର ପ୍ରସାରଣ କରୁଥିଲା । ଏପରିକି ପାକିସ୍ତାନ ପ୍ରାୟୋଜିତ ଏକାଧିକ ଚ୍ୟାନେଲ୍ ସୋସିଆଲ୍ ମିଡିଆରେ ଭାରତ ବିରୋଧୀ ପୋଷ୍ଟ କରୁଥିଲେ । ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତର ବୈଦେଶିକ ସମ୍ପର୍କ ଖରାପ କରିବା ଉଦ୍ଦେଶ୍ୟରେ କରୁଥିଲେ ମିଥ୍ୟା ଖବର ପ୍ରସାରଣ । ଏଥିରେ ସେମାନେ ବିଭିନ୍ନ ଲୋକପ୍ରିୟ ଟିଭି ନ୍ୟୁଜ୍ ଚାନେଲର ଲୋଗୋ ସହ ପ୍ଲେଟ୍ ବ୍ୟବହାର କରୁଥିଲେ ।
ଡିସେମ୍ବର ୨୦୨୧ ଠାରୁ ଆଜି ଯାଏ ଜାତୀୟ ସୁରକ୍ଷା, ସାର୍ବଜନୀନ ଆଇନଶୃଙ୍ଖଳାକୁ କ୍ଷତି ପହଞ୍ଚାଇବା ଲାଗି ଉଦ୍ୟମ କରୁଥିବା ଅନେକ ୟୁଟ୍ୟୁବ୍ ଚାନେଲକୁ କେନ୍ଦ୍ର ସରକାର ବ୍ଲକ୍ କରିଛନ୍ତି ।

ad-week
Leave A Reply

Your email address will not be published.