ଏକେ-୪୭ ସହ ବିଭିନ୍ନ ମାରଣାସ୍ତ୍ର ଥିବା ଡଙ୍ଗା ସମୁଦ୍ର କୂଳରୁ ମିଳିବା ପରେ ହାଇ ଆଲର୍ଟରେ ମହାରାଷ୍ଟ୍ର

add-all

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଥିବା ହରିହରେଶ୍ୱର ଉପକୂଳ ସମୁଦ୍ରରେ ଏକ ସନ୍ଦେହଜନକ ଡଙ୍ଗା ଦେଖିବାକୁ ମିଳିଥିଲା। ଡଙ୍ଗାରେ ଏକେ ୪୭, ରାଇଫଲ ଏବଂ କିଛି କାର୍ଟ୍ରିଜ୍ ଥିବା ଦେଖାଯାଇଛି। ଏଭଳି ସନ୍ଦେହଜନକ ଅବସ୍ଥାରେ ଡଙ୍ଗାରୁ ଏଭଳି ଅସ୍ତ୍ରଶସ୍ତ୍ର ମିଳିବା ପରେ ସମଗ୍ର ରାୟଗଡ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅସ୍ତ୍ରଶସ୍ତ୍ର ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି।
ପୁଲିସ ଡଙ୍ଗାକୁ ଜବତ କରିବା ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି। ତେବେ ଆତଙ୍କବାଦୀମାନେ ସମୁଦ୍ର ଭିତର ଦେଇ ରାଜ୍ୟକୁ ପ୍ରବେଶ କରିବାର ସମ୍ଭାବନା ସବୁବେଳେ ଥାଏ। ଏହାପୂର୍ବରୁ ନଭେମ୍ବର ୨୬, ୨୦୦୮ରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେତେବେଳେ ଲସ୍କରର ୧୦ଜଣ ଆତଙ୍କବାଦୀ ସମୁଦ୍ର ଦେଇ ପାକିସ୍ତାନରୁ ଭାରତ ଆସିଥିଲେ। ସମୁଦ୍ର କୂଳରେ ଡଙ୍ଗା ଛାଡିବା ପରେ ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ଦୁଇଟି ହୋଟେଲ, ଡାକ୍ତରଖାନା ଏବଂ ରେଳ ଷ୍ଟେସନକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୧୬୦ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ଏତେ ବର୍ଷ ପରେ ପୁଣି ଥରେ ସମୁଦ୍ର କୂଳରୁ ଏଭଳି ମାରଣାସ୍ତ୍ର ଜବତ ହେବାରୁ ଆଲର୍ଟ ହୋଇଛି ପୁଲିସ।

ad-week
Leave A Reply

Your email address will not be published.