ମୋ ଝିଅ ସବୁଥିରେ ପାସ୍‌ କରିଛି, ତା’ପାଖରେ ସାର୍ଟିଫିକେଟ୍‌ ଅଛି: ଅନୁବ୍ରତ ମଣ୍ଡଳ

add-all

କୋଲ୍‌କାତା: ମୋ ଝିଅ ସବୁଥିରେ ପାସ୍‌ କରିଛି; ତା’ପାଖରେ ସାର୍ଟିଫିକେଟ୍‌ ଅଛି ବ‌ୋଲି ଆଜି ବୀରଭୂମ ଜିଲ୍ଲା ତୃଣମୂଳ କଂଗ୍ରେସ ସଭାପତି କହିଛନ୍ତି। ଆଜି ଆଲିପୁର କମାଣ୍ଡ୍‌ ହସ୍ପିଟାଲ୍‌କୁ ନିଆଯିବା ବାଟରେ ଗୋଟାଏ ‘ଟିଭି ଚାନେଲ୍‌’କୁ ସେ କହିଛନ୍ତି, ଅଦାଲତ ଏ ବିଷୟରେ ନିଷ୍ପତ୍ତି ଗ୍ରହଣ କରିବେ। ଅଦାଲତ ତା’ ପାଖକୁ ସମନ୍‌ ପଠାଇନାହିଁ। ଖାଲି କାଗଜପତ୍ର ଦାଖଲ କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ଗୋରୁ ଚୋରାଚାଲାଣ ମାମଲାରେ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରାଯିବା ପରେ କାଲ୍‌କାଟା ହାଇକୋଟ୍‌ରେ ଦାଏର ହୋଇଥିବା ଏକ ଅଭିଯୋଗରେ ଉଲ୍ଲେଖ ଅଛି ଯେ, ଅନୁବ୍ରତଙ୍କ ଝିଅ ସୁକନ୍ୟା ‘ଟିଇଟି’ ପରୀକ୍ଷା ନ ଦେଇ ପ୍ରାଥମିକ ବିଦ୍ୟାଳୟରେ ଚାକରି ପାଇଛନ୍ତି। ଏକ ସମୟରେ ସେ ଦୁଇଟି ଚାକିରି କରୁଥିବା କଥା ମଧ୍ୟ ତାଙ୍କ ‌ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରୁ ଜଣାପଡୁଛି। ଗୋଟିଏ ସରକାର ଏବଂ ଆରଟି ବେସରକାରୀ।
ବୁଧବାର ଦିନ ଓକିଲ ଫିର୍‌ଦୋସ୍‌ ଶମିମ୍‌ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରି ସୁକନ୍ୟାଙ୍କ ଚାକିରି ପ୍ରସଙ୍ଗରେ ଅଦାଲତଙ୍କୁ ଅବଗତ କରାଇଥିଲେ। ଏହା ଜାଣିବା ପରେ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ଆଜି ଅପରାହ୍ନ ୩ଟା ସୁଦ୍ଧା କାଲ୍‌କାଟା ହାଇକୋର୍ଟରେ ହାଜର ହେବାକୁ ସୁକନ୍ୟାଙ୍କୁ ସମନ୍‌ ଦେଇଛନ୍ତି।
ସୁକନ୍ୟାଙ୍କୁ ପଚରାଉଚରା କରିବା ଲାଗି ବୁଧବାର ଦିନ ‘ସିବିଆଇ’ ଅନୁବ୍ରତଙ୍କ ବୋଲପୁର ବାସଭବନକୁ ଯାଇଥିଲା। କିନ୍ତୁ, ତଦନ୍ତକାରୀମାନଙ୍କ ସହିତ କଥାବାର୍ତ୍ତା କରିବାକୁ ସୁକନ୍ୟା ଚାହିଁଲେ ନାହିଁ ବୋଲି ‘ସିବିଆଇ’ ସୂତ୍ରରୁ ଜଣାପଡ଼ିଛି। ତେଣୁ, ‘ଟିଇଟି’ ପାସ୍‌ ନ କରି ସୁକନ୍ୟା ପ୍ରାଥମିକ ବିଦ୍ୟାଳୟରେ ଚାକିରି ପାଇଛନ୍ତି ବୋଲି କାଲ୍‌କାଟା ହାଇକୋର୍ଟରେ ଅଭିଯୋଗ ଦାଏର କରାଯାଇଥିଲା। ଏହାଛଡ଼ା, ଚାକିରି ପାଇବା ଦିନରୁ ସୁକନ୍ୟା କେବେ ହେଲେ ସ୍କୁଲ୍‌କୁ ଯାଇ ନ ଥିବା କଥା ମଧ୍ୟ ଅଭିଯୋଗରେ ଉଲ୍ଲେଖ ଅଛି।

ad-week
Leave A Reply

Your email address will not be published.