ମହିଳା ଯୌନ ଉଦ୍ଦୀପକ ପୋଷାକ ପିନ୍ଧିଥିଲେ କାଏମ ହେବ ନାହିଁ ଯୌନଉତ୍ପୀଡ଼ନ ଅଭିଯୋଗ: କେରଳ ଅଦାଲତ

add-all

ତିରୁବନନ୍ତପୁରମ୍‌: ମହିଳା ଯୌନଉଦ୍ଦୀପକ ପୋଷାକ ପିନ୍ଧିଥିଲେ ସେ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲାଗୁ ହେବନାହିଁ ବୋଲି ବୁଧବାର ଦିନ କେରଳର ଏକ ଅଦାଲତ କହିଛନ୍ତି।
ଉପରୋକ୍ତ କଥା କହି ଅଗଷ୍ଟ ୧୨ ତାରିଖ ଦିନ କୋଝିକୋଡ଼ ସେସନ୍‌ସ୍‌ କୋର୍ଟ ୭୪ ବର୍ଷିୟ ସାମାଜିକ କର୍ମୀ ସିଭିକ୍‌ ଚନ୍ଦ୍ରନ୍‌ଙ୍କୁ ଜାମିନ ମଞ୍ଜୁର କରିଛନ୍ତି।
ଅଦାଲତଙ୍କ ଆଦେଶନାମାରେ ଉଲ୍ଲେଖ ଅଛି, ଜାମିନ ଆବେଦନ ସହିତ ଅଭିଯୁକ୍ତ ଦାଖଲ କରିଥିବା ଫଟୋଗ୍ରାଫ୍‌ରେ ଦେଖାଯାଉଛି ସ୍ବୟଂ ଅଭିଯୋଗକାରିଣୀ ଯେଉଁ ପୋଷାକ ପିନ୍ଧିଛନ୍ତି ତାହା ଯୌନଉଦ୍ଦୀପକ। ତେଣୁ, ଅଭିଯୁକ୍ତଙ୍କ ବିରୋଧରେ ଆଗତ ଯୌନଉତ୍ପୀଡ଼ନ ଅଭିଯୋଗ (ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୫୪) ଲାଗୁ ହୋଇପାରିବ ନାହିଁ। ଜଣେ ୭୪ ବର୍ଷିୟ ଶାରୀରିକ ଅକ୍ଷମ ବ୍ୟକ୍ତି ‌ଯେ ବଳପୂର୍ବକ ଅଭିଯୋଗକାରିଣୀଙ୍କୁ ନିଜ କୋଳରେ ବସାଇ ପାରିଥିବ, ତାହା ମଧ୍ୟ ସ୍ବୀକାର କରିବା ଅସମ୍ଭବ।
ସୂଚନାଯୋଗ୍ୟ, ଅଦାଲତ ୨୦୨୦ ଫେବ୍ରୁଆରି ୮ ତାରିଖ ଦିନ ଘଟିଥିବା ଉପରୋକ୍ତ ମାମଲାର ଶୁଣାଣି କରୁଥିଲେ। ସେଦିନ ଅଭିଯୋଗକାରିଣୀଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ନନ୍ଦି ବେଳାଭୂମିରେ ଶିବିର ପକାଇଥିଲେ। ସେତେବେଳେ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କ ହାତ ଧରି ବଳପୂର୍ବକ ଗୋଟାଏ ନିକାଞ୍ଚନ ସ୍ଥାନକୁ ନେବା ପରେ ତାଙ୍କୁ କୋଳରେ ବସିବାକୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ତାଙ୍କ ସହ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ।
ଏହି ମାମଲାରେ କୋୟିଲାଣ୍ଡି ପୁଲିସ ଅଭିଯୁକ୍ତଙ୍କ ନାମରେ ଧାରା ଭାରତୀୟ ପିଙ୍ଗଳ କୋଡ୍‌ର ‘୩୫୪ଏ’, ‘୩୪୧’ ଏବଂ ‘୩୫୪’ ଦଫା ଲଗାଇ ଥିଲେ। କିନ୍ତୁ, ଏହା ଏକ ସୁପରିକଳ୍ପିତ ମାମଲା ବୋଲି ଅଭିଯୁକ୍ତ କହିଛନ୍ତି। କାରଣ, ଘଟଣା ୨୦୨୦ ଫେବ୍ରୁଆରିରେ ଘଟିଥିବା ବେଳେ ମାମଲା ୨୦୨୨ ଜୁଲାଇ ୨୯ରେ ରୁଜୁ କରାଯାଇଛି।

ad-week
Leave A Reply

Your email address will not be published.