ବାବା ରସିଦ୍ ଆଲ୍ଲିଙ୍କ ମଜାରରେ ଧୁମଧାମରେ ଉରୂଶେ ପାଳନ…

add-all

ଛତ୍ରପୁର: ହଜରତ ସୟଦ୍ ଆବଦୁର ରସିଦ୍ ଶାହା ଆଲ୍ଲି ବାବାଙ୍କ ପୁତିଗୋପାଳପୁର ସ୍ଥିତ ମଜାର ଶରିଫ୍ ନିକଟରେ ଧୁମଧାମରେ ବାର୍ଷିକ ଉତ୍ସବ ବା ଉରୁଶେ ପାଳନ ହୋଇଯାଇଛି । ବାବା ରସିଦ୍ ଅଲ୍ଲୀ ମୁସଲମାନ ଧର୍ମର ଜଣେ ସନ୍ଥ ବା ଫକିର ଥିଲେ ସେ ନିଜ ସାରା ଜୀବନ ଭଗବାନଙ୍କ ପାଖରେ ଉତ୍ସର୍ଗ କରିବା ସହ ସାଧାରଣ ଲୋକଙ୍କୁ ଭଲପାଇବା ସହ ସମାଜର ମଙ୍ଗଳ କାମରେ ଉତ୍ସର୍ଗ କରିଥିଲେ । ବାବାଙ୍କ ନିକଟରେ ବିଭିନ୍ନ ମନକାମନା ପୂର୍ଣ୍ଣ ହେବା ସହ ବିଭିନ୍ନ

ସମସ୍ୟା ସମାଧାନ ହୁଏ ବୋଲି ସାଧାରଣ ଲୋକଙ୍କ ବିଶ୍ୱାସ ରହିଥିବା ଯୋଗୁ କେବଳ ମୁସଲିମ ହିଁ ନୁହେଁ ହିନ୍ଦୁ-ମୁସଲିମ ଉଭୟ ସମସ୍ତେ ଉପାସନା ନିମନ୍ତେ ଯାଆନ୍ତି । ବାବା ରାଶିଦ୍ ଆଲ୍ଲିଙ୍କ ମୃତ୍ଯୁବରଣ ପରଠାରୁ ବାବାଙ୍କ ଲୋକ ପ୍ରିୟତା ବେଶ ପ୍ରଭାବଶାଳୀ ରହିଥିଲା ତାହା ଲୋକଲୋଚନକୁ ଆସିଥିଲା । ଗଞ୍ଜାମର ବିଭିନ୍ନ ଜାଗାରୁ ବାବାଙ୍କ ପ୍ରତି ଆସ୍ଥା ଓ ସମ୍ବେଦନା ରହିଥିବା ଖୁବ ପ୍ରକାଶ ପାଇଥିଲା । ଏହି ଆଧାରରେ ପ୍ରତ୍ୟେକ ବର୍ଷ ବାବାଙ୍କ ସ୍ମୃତିରେ ଉରୁଶେ ବା ବାର୍ଷିକ ଉତ୍ସବ ପାଳନ ହୋଇଥାଏ। ଏହି ଅବସରରେ ବାବାଙ୍କୁ ବିଶ୍ୱାସ ରଖୁଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଲୋକେ ଆସି ଛତ୍ରପୁର ସ୍ଥିତ ମଜାରରେ ଉପସନା କରିଥାନ୍ତି । ଏହି ପରିପ୍ରେକ୍ଷିରେ ଆଜି ଛତ୍ରପୁର ମୁସଲମାନ କମିଟି ପକ୍ଷରୁ ପୁତିଗୋପାଳପୁର ସ୍ଥିତ ମସଜିଦରେ ଖରାବେଳେ ଜୋହର୍ ନମାଜପାଠ ସାରି ସମସ୍ତେ ଏକତ୍ରିତ ହୋଇ ଲମ୍ବା ଧାଡିରେ ହାତରେ ଚାଦର ଧରି ସ୍ଲୋଗାନ ଦେଇ ମଜାର ନିକଟକୁ ପହଞ୍ଚିଥିଲେ। ସେଠାରେ ଚାଦର ଚଢେଇବା ସହ ଆରଧନା କରାଯାଇଥିଲା । ଏବଂ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗର ବ୍ଯବସ୍ଥା ମଧ୍ଯ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ଇମାମ୍ ହାଫିଜ୍ ଏହେଶାନ ରଜ୍ଜା ଶକାଫିଙ୍କ ନେତୃତ୍ବରେ ସମୁହ ଫାତିୟାଁ ବା ପ୍ରାର୍ଥନା କରାଯାଇଥିଲା । ଅନ୍ଯ ମାନଙ୍କ ମଧ୍ଯରେ ଇଶୁବ୍ ଖାନ , ଆଫୋ ଖାନ, ଜାକିର ଖାନ, ଅପତାବ୍ ଖାନ, ନାଜର ଖାନ୍, ସେକ୍ ରିୟାଜ, ଇଜୁ ଆମିନ ଖାନ,ସ୍ବପ୍ନା ଖାନ୍, ସେକ୍ ଇନ୍ତିୟାଜ୍, ସଲମାନ ଖାନ୍, ବାପି ଖାନ, ଯାଫର ଖାନ୍, ସେକ୍ ରଜ୍ଜାକ୍ ,ନାଦିମ୍ ଖାନ, ସମସ୍ତେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.