ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ହତ୍ୟା, ଅଭିଯୁକ୍ତ ଅଟକ

add-all

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଗତକାଲି ବିଳମ୍ୱିତ ରାତ୍ରିରେ ଘରେ ପଶି ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ନନ୍ଦୁ ମୁଣ୍ଡା(୪୦)। ପୁଲିସ ଅଭିଯୁକ୍ତ ଥୁବୁ ମାଝୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସର ସୂଚନା ଅନୁଯାୟୀ ଗତକାଲି ବିଳମ୍ୱିତ ରାତ୍ରି ପ୍ରାୟ ୨ ଘଟିକା ସମୟରେ ମୃତ ନନ୍ଦୁ ଶୋଇଥିବା ସମୟରେ ଅଭିଯୁକ୍ତ ଥୁବୁ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ପୁଲିସ ମୃତଦେହକୁ ଜବତ କରିଛି। ଏ ନେଇ ବାମେବାରି ଥାନାରେ ଏକ ହତ୍ୟା ମାମଲା ନମ୍ବର ୧୫୨/୨୨ ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ନେଇ ବାମେବାରି ଥାନା ଆଇଆଇସି ମନୋରଞ୍ଜନ ବିଶି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.