ମହାନଦୀ ସ୍ରୋତରେ ଭାସିଯାଇଥିବା ୫୦ ଯାତ୍ରୀ ସୁରକ୍ଷିତ ଉଦ୍ଧାର

add-all

କେନ୍ଦ୍ରାପଡ଼ା: ମହାନଦୀ ସ୍ରୋତରେ ଭାସିଯାଇଥିବା ଡଙ୍ଗାରେ ସମସ୍ତେ ସୁରକ୍ଷିତ ଉଦ୍ଧାର ହାଇଛନ୍ତି। ସମସ୍ତ ୫୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ମେରାଇନ୍‌ ପୋଲିସ ଉଦ୍ଧାର କରିଛନ୍ତି। ଏହି ଡଙ୍ଗାଟି ପାରାଦୀପ ପଟୁ ବାହାକୁଦ ଆଡ଼କୁ ଆସୁଥିଲା। ପ୍ରଖର ସ୍ରୋତରେ ୪ କିମି ପର୍ଯ୍ୟନ୍ତ ଡଙ୍ଗାଟି ମୁହାଣକୁ ଭାସିଯାଇଥିଲା।

ଖବର ଅନୁସାରେ, ଶନିବାର ସନ୍ଧ୍ୟାରେ ପାରାଦୀପଆଡ଼ୁ ଏକାଫେରି ଘାଟରେ ୫୦ରୁ ଅଧିକ ଯାତ୍ରିଙ୍କୁ ନେଇ ବାହାକୁଦ ପଟକୁ ଆସୁଥିଲା। ଏହି ସମୟରେ ମହାନଦୀ ପ୍ରଖର ଶୁଅରେ ଭାସିଗଲା ଡଙ୍ଗାଟି ଭାସିଯାଇଛି। ଏହି ଘାଟଟି ବଙ୍ଗୋପସାଗର ମୁହାଣ ପାଖରେ ଥିବା ବେଳେ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ସହ ଫେରି ଘାଟ ମୁହାଣ ନିକଟକୁ ଭାସିଯାଇଥିଲା |

ad-week
Leave A Reply

Your email address will not be published.