ଶ୍ରାବଣୀ ଉପାକର୍ମ ଉପଲକ୍ଷେ ବୈଦିକ ପ୍ରବଚନ

add-all

ଚିକିଟି : ଚିକିଟି ଆର୍ଯ୍ୟ ସମାଜ ପରିବାର ତରଫରୁ ବକ୍ସି ବଜାର ସ୍ଥିତ ମୁକ୍ତେଶ୍ଵର କଲ୍ୟାଣ ମଣ୍ଡପ ପରିସରରେ ଶ୍ରାବଣୀ ଉପାକର୍ମ ଉପଲକ୍ଷେ ବୈଦିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଦ ସମ୍ମତ କାର୍ଯ୍ୟ କଲେ ମନୁଷ୍ୟ ସକଳ ଐଶ୍ୱର୍ଯ୍ୟ ର ଅଧିକାରୀ ହେବା ସହିତ ଇଶ୍ୱରଙ୍କ ସାନିଧ୍ୟ ପାଇପାରିବ ବୋଲି କାର୍ଯ୍ୟକ୍ରମ ରେ ଯୋଗଦେଇ ବିଶିଷ୍ଟ ବେଦ ପଣ୍ଡିତ ସୁଦର୍ଶନ ଦେବ ଆଚାର୍ଯ୍ୟ କହିଥିଲେ । ଶ୍ରାବଣୀ ଉପାକର୍ମ କଣ,ଶ୍ରୀକୃଷ୍ଣଙ୍କ ବାସ୍ତବତା କଣ ଏନେଇ ପ୍ରବଚନ ଦିଆଯାଇଥିଲା । ପ୍ରବଚନ ପୂର୍ବରୁ ପ୍ରବଚକଙ୍କୁ ବିରାଟ ଶୋଭାଯାତ୍ରା କରି ଅଣାଯାଇଥିଲା । ରାଜେନ୍ଦ୍ର ସାହୁ,ଲୁଲା ସାହୁ, ମାର୍କଣ୍ଡ ସାହୁ ଓ ଧର୍ମା ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଵଳନ କରିଥିଲେ ।। କାର୍ଯ୍ୟକ୍ରମ ରେ ଧର୍ମା ରାଓ,ଅହଲ୍ୟା ସୁବୁଦ୍ଧି,ହରିଷ ପ୍ରଧାନ,ଅଜିତ ପଣ୍ଡା,ଭଗବାନ ସାହୁ,ସନ୍ତୋଷ ସାହୁ,କେ.ସୀମାଞ୍ଚଳ,ନରସିଂହ ମହାରଣା ,ବ୍ରହ୍ମ ସୁବୁଦ୍ଧି ପ୍ରମୁଖଙ୍କ ସହ ବହୁ ବେଦପ୍ରେମୀ ଉପସ୍ଥିତ ରହି ବୈଦିକ ପ୍ରବଚନ ଶ୍ରବଣ କରିଥିଲେ । କାର୍ଯ୍ୟକ୍ରମ ରେ ଚିକିଟି ଆର୍ଯ୍ୟ ସମାଜ କର୍ମକର୍ତ୍ତା ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.