
ବ୍ରହ୍ମପୁର : ଆଇଆଇଏସଇଆର କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରିକୁ ଗୋଳନ୍ଥରା ଥାନା ପୋଲିସ ଚୋରି ଅଭିଯୋଗ ରେ ଗିରଫ କରିଥିଲା l ସେମାନେ ହେଲେ ଗଳନ୍ଥରା ଥାନା ଅନ୍ତର୍ଗତ ହୁନ୍ତୁଲୁ ଗ୍ରାମ ର ଆର ଦୁର୍ୟୋଧନ ରେଡି ଏବଂ ପ୍ରମୋଦ ବେହେରା l ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ନିକଟରେ ଲୌଡ଼ି ଗାଁ ଠାରେ ଆଇଆଇଏସଇଆର ଭିତରେ ଏନ କେ ଜି ଇନ୍ଫରାଷ୍ଟୋର୍କଚର ଲିମିଟେଡ଼ ନାମକ କମ୍ପାନୀ ଦ୍ଵାରା କାମ କରାଯାଇଥାଏ l ଉକ୍ତ ଦୁଇ ଅଭିଯୁକ୍ତ ସେଇ କମ୍ପାନୀ ରେ କିଛି ବର୍ଷ ପୂର୍ବେ ଦିନମଜୁରୀଆ ଭାବେ କାମ କରୁଥିବା ବେଳେ ପ୍ରତେକ ଦିନ ଉକ୍ତ କମ୍ପାନୀର ଗୋଦାମ ଘରକୁ ଯାଇ ଗୁଡ଼ାଏ ନାମିଦାମୀ ସାମାନପତ୍ର କିଛି କିଛି ଚୋରି କରି ବହୁତ ଦିନ ହେଲା ନେଉଥିଲେ l କେ ଆରୟା ରେଡି ହିସାବ କିତାବ ରଖିବା ପାଇଁ ଉକ୍ତ କମ୍ପାନୀ ରେ କାର୍ଯ୍ୟରତ କର୍ମଚାରୀ ଅଟନ୍ତି l ଗୋଦାମ ରେ ସାମାନ ପତ୍ର କମି କମି ଯାଉଥିବା ଦେଖି ସେ ଉକ୍ତ ଘଟଣା କଥା ଉପରସ୍ତ ଅଧିକାରୀଙ୍କୁ ଜଣାଇଥିଲେ ପରେ 18.08.22 ତାରିଖ ରେ ଉଭୟେ ମିଶି ଗଳନ୍ଥରା ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୋଲିସ 294/22 ରେ ଏକ ମାମଲା ରୁଜୁ କରି ତଦନ୍ତ କରି ମାତ୍ର 24 ଘଣ୍ଟା ରେ ଅଭିଯୁକ୍ତ ଦୁଇ କୁ ଗିରଫ କରି ସେମାନଙ୍କ ଠାରୁ ସେମାନେ ଚୋରି କରିଥିବା ବହୁତ ଗୁଡ଼ାଏ ନାମୀ ଦାମୀ ସାମାନ ( ଯାହାର ଆକଳନ ମୂଲ୍ୟ ପ୍ରାୟ 20 ଲକ୍ଷ ଟଙ୍କା ) କୁ ଜବତ କରିବା ସହ ଆଜି କୋୖର୍ଟ ଚାଲାଣ କରାଯାଇଥିବା ସଦର ଏସ ଡି ପି ଓ ସୂଚନା ଦେଇଛନ୍ତି l