କୁଶଭଦ୍ରାରେ ବଢୁଛି ଜଳସ୍ତର, ବନ୍ୟାଜଳରେ ଭାସିଯାଇ ପୂଜକ ମୃତ

add-all

କୋଣାର୍କ: କୁଶଭଦ୍ରା ନଦୀର ବନ୍ୟା ଜଳରେ ପୂଜକଙ୍କ ମୃତ୍ୟୁ। ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର କବିରାଜ ପଣ୍ଡା।

ଖବର ଅନୁଯାୟୀ, କବିରାଜ ରବିବାର ସକାଳେ ବାଡିପଟେ ଯାଉଥିବା ବେଳେ ବନ୍ୟାପାଣିରେ ବୁଡ଼ି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

ଏହି ଘଟଣା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତିଙ୍କର ଏକ ଛୋଟ ଶିଶୁପୁତ୍ର ରହିଛି। ତେଣୁ ତାଙ୍କ ପରିବାରକୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.