ଏଣିକି ଅଳିଆ ଗଦା ହେଲେ ଦେବେ ଜରିମାନା

add-all

ଏଣିକି ଅଳିଆ ଏଣେତେଣେ ପକାଇଲେ ରାଜଧାନୀବାସୀଙ୍କୁ ଦେବାକୁ ପଡିବ ଫାଇନ। ଯେଭଳି ନିଜ ଘର ବା ଦୋକାନ ଆଖପାଖ ୫ମିଟର ପରିମିତ ଅଞ୍ଚଳରେ ଅଳିଆ ଗଦା ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇ ନିଜେ ସଫା ରଖିବାକୁ ପଡିବ। ନଚେତ୍‌ ସେମାନଙ୍କୁ ଜରିମାନା ଗଣିବାକୁ ପଡିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସ୍ବଚ୍ଛ ରହିବାକୁ ଜନସାଧାରଣଙ୍କୁ କିଛିଟା ସହଜ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ଆଖପାଖ ସଫା ସୁତରା ରଖିବା, ଅଳିଆ ଆବର୍ଜନା ଗଦା ନ କରିବା ଏବଂ ଡଷ୍ଟବିନ୍‌ ବ୍ୟବହାର କରିବା ସହିତ ଓଦା ଓ ଶୁଖିଲା ଅଳିଆକୁ ସଫେଇ ଗାଡ଼ିକୁ ପ୍ରଦାନ କରିବାକୁ କୁହାଯାଇଛି। ଏହି ନିୟମକୁ ପାଳନ ନ କଲେ ଘରୋଇ ଭାବେ ୫ଶହ ଟଙ୍କା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବା ଦୋକାନୀଙ୍କଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରିବ ବିଏମ୍‌ସି। ପୂର୍ବରୁ କେବଳ ବ୍ୟବସାୟୀଙ୍କୁ ୫ମିଟର ପର୍ଯ୍ୟନ୍ତ ଅଞ୍ଚଳ ସଫା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏବେ ଗୃହକର୍ତ୍ତାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।

ad-week
Leave A Reply

Your email address will not be published.