ସୁନ୍ଦରପୁରଠାରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର

Independence

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ସୁନ୍ଦରେଶ୍ୱର ମନ୍ଦିର ପଡିଆ ଠାରେ ଭୁବନେଶ୍ୱର ସ୍ଥିତ ଓ ସୁନ୍ଦରପୁରଗ୍ରାମ ପଂଚାୟତର ମିଳିତ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି ସୁବାସ ନାହାକ(କାଳିଆ)ଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଭୁବନେଶ୍ୱର ସ୍ପର୍ଷ ହଷ୍ପିଟାଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରିୟବ୍ରତ ଢୀ. ୧୯ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ୨୦ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଏମ୍‌. ଧନଞ୍ଜୟ ରେଡ୍ଡୀ, ସୁନ୍ଦରପୁର ସରପଂଚ ଗଗନ କୁମାର ବେହେରା, ସମିତିସଭ୍ୟା ସୁଜ୍ଞାନୀ ସେଠୀ , ନାଏବ ସରପଂଚ ବସନ୍ତ ବିଷୋୟୀ ଓ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାର ମୁଖ୍ୟ ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀ ପ୍ରମୁଖ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଆସିଥିବା ରୋଗୀଙ୍କ ମାନଙ୍କର ଉଚିତ ପରୀକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଗଂଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଟିଆ ନାହାକ, ସୁନ୍ଦରପୁର ପାଣି ପଂଚାୟତର ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ , ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ଯୁବନେତା କିଶୋର ବେହେରା, ସୁରେଶ ଦାଶ, ସପନ ନାହାକ , ବି.ଚନ୍ଦ୍ରମଣି ପାତ୍ର, ଚମାଖଣ୍ଡି ସରପଞ୍ଚ ସିଏଚ.ମନୋଜ କୁମାର ରେଡ୍ଡୀ, କାଳୀପଲ୍ଲୀ ସମିତିସଭ୍ୟ ବିକାଶ କୁମାର ବେହେରା, ମହାନାଦପୁର ସରପଞ୍ଚ ରବିନ୍ଦ୍ର ରାଉଳ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ.ସଂଜିବ ରେଡ୍ଡୀ, ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡୀ, ଛାତ୍ର ବିଜେଡି ଜିଲ୍ଲାସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିପୁଳିଙ୍ଗି ସରପଞ୍ଚ ହୀନା ସେଠୀ , ଲକ୍ଷ୍ମଣ ସେଠୀ , ଅଭିରାମ ପ୍ରଧାନ ଙ୍କ ସମେତ ଛତ୍ରପୁର ଓ ଗଂଜାମ ବ୍ଲକ ଅଂଚଳର ବହୁ ଜନପ୍ରତିନିଧୀ ଓ ଛାମୁଆ ନେତା ମାନେ ଉପସ୍ଥିତ ଥିଲେ । କ୍ୟାନ୍ସର, ମେଡିସିନ, ସ୍ନାୟୁ ବିଭାଗ, ଅର୍ଥପେଡି, ଇଏନଟି, ଶ୍ୱାସ ରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଶିଶୁ ବିଭାଗର ୧୫ ଜଣ ଡାକ୍ତର ଉପସ୍ଥିତ ରହି ଏହି ଶିବିର କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସିଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଛତ୍ରପୁର ବ୍ଲକ ଅଂଚଳର ୫ଶହରୁ ଉର୍ଦ୍ଧ୍ୱ ରୋଗୀ ବିଭିନ୍ନ ପରୀକ୍ଷା କରାଯିବା ସହିତ ଔଷଧ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସ୍ପର୍ଷ ହଷ୍ପିଟାଲର ଜେନେରାଲ ମେନେଜର ଏସ୍‌. ଏନ୍‌. ମିଶ୍ର, ଅଶିତ୍ ପ୍ରହରାଜ, ଅକ୍ଷୟ କୁମାର ମିଶ୍ର, ଚିନ୍ତାମଣି ତ୍ରିପାଠୀ, ଶାନ୍ତିରାମ ମିଶ୍ର, ପଞ୍ଚାୟତର ଜନପ୍ରତିନିଧୀ ଓ ସ୍ଥାନୀୟ ନେତୃମଣ୍ଡଳୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.