ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

add-all

ଦାରିଙ୍ଗବାଡ଼ି (୨୧/୮) : ଦାରିଙ୍ଗବାଡ଼ି ବଜାରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱ କ୍ରମେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଦିନ କୁ ଦିନ ସମସ୍ତ ଦ୍ରବ୍ୟର ଅହେତୁକ ଭାବେ ଦରବୃଦ୍ଧି ହେଉଥିବାରୁ ଏହି ପ୍ରତିବାଦ ହେଉଥିବା ବେଳେ ଦରବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି କଂଗ୍ରେସ କହିଥିଲା । ଦରଦାମ ବୃଦ୍ଧି ହେବା ଫଳରେ ସାଧାରଣ ଜନତା ବହୁ ହଇରାଣ ହରକତ ହେଉଥିବା ମହିଳା ସଭାନେତ୍ରୀ ନିଜ ବକ୍ତବ୍ୟରେ ରଖିଛନ୍ତି। ଏଥି ସହିତ କଂଗ୍ରେସ ସମୟରେ କଣ ସବୁ ଜନହିତକର ଯୋଜନା ହୋଇଥିଲା ସେନେଇ ଲୋକଙ୍କୁ ଜଣେଇବା ସହିତ ଏହିଭଳି କାର୍ଯ୍ୟକ୍ରମ ବ୍ଲକ ଅଞ୍ଚଳର ସମସ୍ତ ହାଟ ବସୁଥିବା ଗ୍ରାମରେ ଏହି ଭଳି କାର୍ଯ୍ୟକ୍ରମ ଚଳିତ ମାସ ୨୩ ତାରିଖ ଯାଏଁ ଚାଲୁ ରହିବ ବୋଲି ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ମଲିକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅନାମ ଚରଣ ନାୟକ,ଅମୀର ଚାନ୍ଦ ନାୟକ,ବିଳାସିନି ନାୟକ,ରାମଦେଓ ପ୍ରଧାନ,ତିଆଡି ନାୟକ,ନମିତା ପରିଡା,ଜ୍ୟୋତି ନାୟକ ସମେତ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.