ପେଟ୍ରୋଲ୍ ଢାଳି ନିଆଁ ଲଗାଇ ସ୍ବାମୀ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ

add-all

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ ଅଘଟଣ। ସ୍ବାମୀ ସ୍ତ୍ରୀ ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ ଅଜଣା ଲୋକ। ନିଆଁରେ ପୋଡି ହୋଇ ଉଭୟ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲ୍ ରେ ଭର୍ତି କରାଯାଇଛି। ଗୁତୁତର ସ୍ବାମୀ ସ୍ତ୍ରୀ ହେଉଛନ୍ତି ଧଗୋଠ ଗ୍ରାମର ଉଗ୍ରସେନ ପଲେଇ ଓ ଜୟନ୍ତି ପଲେଇ ।

ଗତକାଲି ରାତି ଉଭୟ ସ୍ବାମୀ ସ୍ତ୍ରୀ ଖାଇ ସାରିବା ପରେ ତାଙ୍କ ରୋମ୍ ରେ ଶୋଇଥିଲେ।ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ପ୍ରଥମେ ତାଙ୍କ ରୋମ୍ ସମେତ ଆଖପାଖ ପୋଡୋଶୀ ଘର ଗୁଡିକରେ ପ୍ରଥମେ ବାହାର ପଟୁ ତାଲା ପକାଇଥିଲେ । ଏହା ପରେ ତାଙ୍କ ଘରେ ପେଟ୍ରୋଲ୍ ପକାଇ ନିଆଁ ଲଗାଇଥିଲେ । ତାଙ୍କ ଚିତ୍କାର ଶୁଣି ଆଖପାଖ ପଡୋଶୀ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ଘର ବାହାର ପଟୁ ମଧ୍ୟ ତାଲା ପଡିଥିବା କାରଣରୁ ସେମାନେ ଶିଘ୍ର ଆସିପାରିନଥିଲେ।

ତେବେ କଳେ ବଳେ କୌଶଳେ ପଡୋଶୀ ମାନେ ବାହାରକୁ ଆସିଥିଲେ ମଧ୍ଯ ସେତେବେଳକୁ ଉଭୟ ସ୍ବାମୀ ସ୍ତ୍ରୀ ନିଆଁରେ ପୋଡି ହୋଇ ଗୁରୁତର ହୋଇଯାଇଥିଲେ। ଉଭୟଙ୍କୁ ପ୍ରଥମେ ହରିଚନ୍ଦନପୁର୍ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଓ ପରେ କଟକ ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ଆଜି ସକାଳେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.