ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ; ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବାକୁ ନେଇ କହିଲେ ଦିଗବିଜୟ

add-all

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରେ ଏବେ ବଡ଼ ଧରଣର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଯଦି ରାହୁଲ ଗାନ୍ଧି ପୁନର୍ବାର ଦଳ ସଭାପତି ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେବେନାହିଁ, ତା’ହେଲେ ତାଙ୍କର ବିକଳ୍ପ କିଏ ହେବେ (?) ସେ ନେଇ ଦଳରେ ମନ୍ଥନ ଜାରି ରହିଛି। ଯଦି ରାହୁଲ କୌଣସି ସ୍ଥିତିରେ ବି ପୁଣିଥରେ ସଭାପତି ହେବାକୁ ରାଜି ହେବେନାହିଁ ତା’ହେଲେ ଗାନ୍ଧି ପରିବାରର ଜଣେ ବିଶ୍ୱସ୍ତ ନେତାଙ୍କୁ ସଭାପତି କରିବା କିମ୍ବା ସୋନିଆ ଗାନ୍ଧିଙ୍କୁ ପୁଣି ସଭାପତି ହେବାପାଇଁ ମନାଇବାକୁ ପ୍ରୟାସ କରାଯିବା ଉପରେ ଚର୍ଚ୍ଚା ଚାଲିଛି।
ଏମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି କରିବା ନେଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଦଳର ନୂତନ ସଭାପତି ହେବା ପାଇଁ ବାଧ୍ୟ କରାଯାଇପାରିବେ ନାହିଁ। ଯଦି ସେ ସଭାପତି ହେବାକୁ ଚାହୁଁ ନାହାନ୍ତି, ତେବେ ତାଙ୍କୁ ବାଧ୍ୟ କରିବା ଠିକ ନୁହେଁ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, କଂଗ୍ରେସ ସଭାପତି ନିର୍ବାଚନ ପ୍ରକ୍ରିୟା ଅଗଷ୍ଟ ୨୧ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୦ ସୁଦ୍ଧା ଶେଷ ହେବ।୨୦୧୯ ଲୋକସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧି ନୈତିକ ଦାୟିତ୍ବ ଗ୍ରହଣ କରି ଇସ୍ତଫା ଦେଇଥିଲେ ଏବଂ ଏହା ପରଠାରୁ ସୋନିଆ ଗାନ୍ଧି ଦଳର ଅନ୍ତରୀଣ ସଭାପତି ଭାବେ କାର୍ଯ୍ୟ କରିଆସୁଛନ୍ତି।
ଦଳ ସୂତ୍ରରୁ ପ୍ରକାଶ ଯେ ସୋନିଆ ଗାନ୍ଧିଙ୍କ ସମେତ ଅଧିକାଂଶ କଂଗ୍ରେସ ନେତାଙ୍କ ମତରେ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ସଭାପତି ଦାୟିତ୍ବ ଗ୍ରହଣ କରିବା ହିଁ ଦଳ ପାଇଁ ଅଧିକ ଯୁକ୍ତିଯୁକ୍ତ ହେବ। ତେବେ ରାହୁଲ ଏଥିପାଇଁ ନିଜେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ବରିଷ୍ଠ ନେତାମାନେ ଗୁରୁତ୍ବାରୋପ କରିଛନ୍ତି।

ad-week
Leave A Reply

Your email address will not be published.