ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ

add-all

ପୁରୀ: ଆଜି ଅପରାହ୍ନରେ ଭାଦ୍ରବ କୃଷ୍ଣ ମଳ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଛି। ଏହି ଆକର୍ଷଣୀୟ ବେଶ ଦେଖିବା ଲାଗି ବଡଦେଉଳରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପ୍ରସିଦ୍ଧ ଜମୁନା ନଦୀ ତଟବର୍ତ୍ତି କାଳିନ୍ଦୀ ହ୍ରଦରେ ଅବସ୍ଥାନ କରୁଥିବା ସମୟରେ କାଳୀୟ ନାମକ ଏକ ଭୟଙ୍କର ସାପକୁ ଶ୍ରୀକୃଷ୍ଣ ଦଳନ କରିଥିବା ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ଏହି ବେଶର ଆୟୋଜନ କରାଯାଇଥାଏ ବୋଲି ବିଶ୍ୱାସ କରାଯାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟ ଦଳନ ବେଶରେ ସଜ୍ଜିତ କରାଯିବା ସହିତ ଅମୃତ ଲଡୁ ଲାଗି କରାଯାଇଛି।

ଏହି ବେଶରେ ମହାପ୍ରଭୁ ବେତ, ସୂତା ଓ କନାରେ ନିର୍ମିତ ପ୍ରାୟ ୩୦ ଫୁଟର ଏକ ବିରାଟକାୟ ସପ୍ତଫେଣିଆ କାଳୀୟ ନାଗ ଶ୍ରୀଅଙ୍ଗକୁ ଆବୃତ କରି ରଖିଛି। ବଳଭଦ୍ରଙ୍କ ଦୁଇ ପାର୍ଶ୍ବରେ କାଠ ତିଆରି ଦୁଇଟି ଗାଈବାଛୁରୀ ଦଣ୍ଡାୟମାନ ହୋଇ ରହିଛନ୍ତି। ସଂଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଏହି ବେଶ ରହିବ ବୋଲି ସୂଚନା ମିଳିଛି। ତେବେ ଭୋଗ ହୋଇଥିବା ଏହି ଲଡୁକୁ ଭକ୍ଷଣ କଲେ ସର୍ପଦଂଶନ ଯୋଗ କଟିଯାଏ ବୋଲି ବିଶ୍ୱାସ ରହିଛି। ଶ୍ରୀମନ୍ଦିରରେ ଆଜି ଧେନୁକାସୁର ବଧ ବେଶ ଆୟୋଜିତ ହୋଇଥିବା ବେଳେ ଆସନ୍ତାକାଲି ଦ୍ୱାଦଶୀ ତିଥିରେ ପ୍ରଳମ୍ବାସୁର ବଧ ବେଶ ଲାଗି ପ୍ରସ୍ତୁତି ଚାଲିଛି।

ad-week
Leave A Reply

Your email address will not be published.