ପୂରା ହେଲା ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଶୁଣାଣି, ଆସନ୍ତା ୧୨ ତାରିଖରେ ଆସିବ ରାୟ

add-all

ବାରାଣସୀ: ପୂରା ହୋଇଛି ଶୃଙ୍ଗାର ଗୌରୀ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାରେ ଶୁଣାଣି । ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖାଯାଇଛି। ତେବେ ଆସନ୍ତା ୧୨ ତାରିଖରେ ରାୟ ପ୍ରକାଶ ପାଇବ। ସେହି ଦିନ ଏହାର ନିଷ୍ପତ୍ତି ନିଆଯିବ ଯେ ମାମଲାର ଆଗକୁ ଶୁଣାଣି ଜାରି ରହିବ କି ନାହିଁ।

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ବାରାଣସୀର ଜିଲ୍ଲା ଜଜଙ୍କ ଅଦାଲତ କେସର ବୈଧତା ଉପରେ ଶୁଣାଣି କରୁଛନ୍ତି। ଉଭୟ ହିନ୍ଦୁ ଏବଂ ମୁସଲିମ ପକ୍ଷ ନିଜ ନିଜର ଯୁକ୍ତି ଏବଂ ଦଲିଲ୍ ରଖି ସାରିଛନ୍ତି। ଜ୍ଞାନବ୍ୟାପୀ ମାମଲାର ଶୁଣାଣି ସମୟରେ ଔରଙ୍ଗଜେବଙ୍କ ମଧ୍ୟ ଏଣ୍ଟ୍ରି ହୋଇଥିଲା।

କାଗଜ ମଗା ଯିବାରୁ ମସଜିଦ ପକ୍ଷ ଦାବି କରିଛନ୍ତି ଯେ, ମସଜିଦର ଜମି ଔରଙ୍ଗଜେବଙ୍କ ସଂପତ୍ତି। ମାମଲାରେ ମୁସଲିମ ପକ୍ଷଙ୍କ ତରଫରୁ ଦଲିଲ୍ ପୂରା ହେବା ପରେ ଆଜି ହିନ୍ଦୁ ପକ୍ଷ ଆପତ୍ତି ଉପରେ ନିଜର ଜବାବ ରଖିବ।

ad-week
Leave A Reply

Your email address will not be published.