ପୂଜା ପାଇବେ ୧୮ ଫୁଟ୍‌ ଉଚ୍ଚ ସୁନାର ଗଣେଶ ମୂର୍ତ୍ତି

add-all

ଲକ୍ଷ୍ନୌ: ପାଖେଇ ଆସୁଛି ଗଣେଶ ଚତୁର୍ଥୀ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଜୋର୍‌ସୋର୍‌ରେ ଚାଲିଛି ପ୍ରସ୍ତୁତି। ଗଣେଶ ପୂଜାରେ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଡିଜାଇନ୍‌ର ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି। କିଏ ଚକୋଲେଟ୍ ତ କିଏ ଲଡ଼ୁରେ ଗଣେଶ ତିଆରି କରି ଚର୍ଚ୍ଚାକୁ ଆସିଥାନ୍ତି। ଆଉ ସେହି ମୂର୍ତ୍ତିମାନଙ୍କୁ ଦେଖିବା ପାଇଁ ମଣ୍ଡପରେ ବି ଲୋକଙ୍କର ଖୁବ୍ ଗହଳି ଜମିଥାଏ।
ସାରା ଦେଶରେ ଗଣେଶ ପୂଜା ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଥିବାବେଳେ ୟୁପିର ଚାନ୍ଦ୍‌ଆଉସୀରେ ଜଣେ କାରିଗର ୧୮ ଫୁଟ୍‌ର ସୁନାର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ମୂର୍ତ୍ତିଟି ମୂଲ୍ୟବାନ ହୋଇଥିବା ସହ ଏହା ଦେଖିବାକୁ ମଧ୍ୟ ବେଶ୍ ଆକର୍ଷଣୀୟ। ‘ପ୍ରାୟ ୪୦ରୁ ୫୦ ପ୍ରତିଶତ ସୁନାର ବ୍ୟବହାର କରି ଏହି ମୂର୍ତ୍ତି ତିଆରି କରାଯାଇଛି’ ବୋଲି କହିଛନ୍ତି ଏଥିରେ ସମ୍ପୃକ୍ତ ଥିବା ଜଣେ କାରିଗର।
ମୂର୍ତ୍ତି ନିର୍ମାଣ ହେଉଥିବା ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ କାରିଗର ବେଶ୍ ନିପୁଣତାର ସହ ଏହି ଦୁର୍ଲଭ ମୂର୍ତ୍ତିଟିକୁ ତିଆରି କରୁଛନ୍ତି।
ହିନ୍ଦୁ ଧର୍ମ ଅନୁଯାୟୀ କୌଣସି ଶୁଭାରମ୍ଭ କରିବା ପୂର୍ବରୁ ପ୍ରଥମେ ଗଣେଶଙ୍କ ଆରାଧନା କରାଯାଏ। ଆଉ ତା’ପରେ ହିଁ ଅନ୍ୟ ଦେବୀଦେବତାଙ୍କ ପୂଜା କରାଯାଏ। କିମ୍ବଦନ୍ତୀ ଅନୁଯାୟୀ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ଭଗବାନ ଗଣେଶ ଜନ୍ମଗ୍ରହଣ କରିଥିଲେ। ତେଣୁ ଏହି ଦିନକୁ ଗଣେଶ ପୂଜା ଭାବରେ ପାଳନ କରାଯାଏ। ଏହା ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ନିଡ଼ାମ୍ୱରରେ ପାଳନ କରାଯାଏ। ପ୍ରତିବର୍ଷ ସାଧାରଣତଃ ଅଗଷ୍ଟ କିମ୍ୱା ସେପ୍ଟେମ୍ୱର ମାସରେ ଗଣେଶ ପୂଜା ପଡ଼ିଥାଏ। ଚଳିତ ବର୍ଷ ମଧ୍ୟ ଆସନ୍ତା ୩୧ ତାରିଖ ଦିନ ଗଣେଶ ପୂଜା ପାଳନ କରାଯିବ।

ad-week
Leave A Reply

Your email address will not be published.