ଜନ୍ମାଷ୍ଟମୀ ପୂଜା ପରେ ଲଣ୍ଡନରେ ଗୋ ପୂଜା କଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

add-all

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ‌ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଲଣ୍ଡନରେ ଥାଇ ବି ସେ ଭାରତୀୟ ପ୍ରଥା ଆପଣାଇଥିବା ଦେଖିବାକୁ ମିଳିଛି। ଜନ୍ମାଷ୍ଟମୀ ଉପଲକ୍ଷେ ଲଣ୍ଡନରେ ଥିବା ଇସ୍କନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ଏବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀ ଗୋ ପୂଜା କରିଥିବା ଦେଖାଯାଇଛି। ଏଭଳି ବିଦେଶ ମାଟିରେ ଗୋ ପୂଜା କରିବା ପରେ ଲଣ୍ଡନରେ ଥିବା ଭାରତୀୟଙ୍କ ହୃଦୟ ଜିତିଛନ୍ତି ଋଷି।
ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ ଦୁହେଁ ଏକ ଗାଈର ପୂଜା କରିବା ସହ ଆଳତୀ କରୁଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ଜନ୍ମାଷ୍ଟମୀ ଉପଲକ୍ଷେ ଏକ ଟ୍ବିଟ କରି ସୁନକ ଲେଖିଥିଲେ ଯେ “ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀର ଅବ୍ୟବହିତ ପୂର୍ବରୁ ଆଜି ମୁଁ ଓ ମୋ ପତ୍ନୀ ଅକ୍ଷତା ଭକ୍ତିବେଦାନ୍ତ ମନ୍ଦିର ଯାଇଥିଲୁ।
ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଏବେ ଚୂଡ଼ାନ୍ତ ମୁକାବିଲା ସୁନକ ଓ ଲିଜ୍ ଟ୍ରସଙ୍କ ମଧ୍ୟରେ ହେଉଛି । କିନ୍ତୁ ସୁନକ ଏହି ଦୌଡ଼ରେ ଟ୍ରସଙ୍କଠାରୁ ପଛେଇଯାଇଥିବା ଲକ୍ଷ୍ୟ କରାଯାଉଛି । ଏଥିପାଇଁ ସେ ବିଦେଶରେ ରହି ହିନ୍ଦୁ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା (ଏନଏଚଏସ) ରେ କାମ କରନ୍ତି। ତାଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ଋଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା । ଋଷିଙ୍କ ଜନ୍ମ ବ୍ରିଟେନର ହାମ୍ପସାୟାରରେ ହୋଇଥିଲା । ରାଜନୀତିକୁ ଆସିବା ପୂର୍ବରୁ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ଗୋଲ୍ଡମ୍ୟାନ୍ ସାକ୍ସ ଓ ହେଜ୍ ଫଣ୍ଡରେ କାମ କରିଛନ୍ତି। ଏହାପରେ ସେ ଇନଭେଷ୍ଟମେଣ୍ଟ ଫାର୍ମର ପ୍ରତିଷ୍ଠା କରିଥିଲେ ।

ad-week
Leave A Reply

Your email address will not be published.