ଭୁବନେଶ୍ୱରରୁ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଗତ ଏପ୍ରିଲ ମାସରେ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୁଲ୍‌ବେଶ୍‌ ଖାନ୍ ଓରଫ ହଜରତକୁ ଗିରଫ କରିଛି ପୁଲିସ୍‌। ଓଡ଼ିଶା ପୁଲିସ୍‌ର ଏସ୍‌ଟିଏଫ୍‌ ତାକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି। ଉତ୍ତର ପ୍ରଦେଶ ପୁଲିସ୍‌ର ଏସ୍‌ଟିଏଫ୍ ସହାୟତାରେ ଓଡ଼ିଶାର ଏସ୍‌ଟିଏଫ୍‌ ଗାଜିଆବାଦରେ ଚଢ଼ାଉ କରି ଗୁଲବେଶ ଖାନ୍‌କୁ ଗିରଫ କରିଛି।

ଗୁଲବେଶର ଘର ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲାର ଧର୍ମପୁରାରେ। ଗିରଫ କରିବା ପରେ ତାକୁ ଗାଜିଆବାଦ କୋର୍ଟରେ ହାଜର କରି ଓଡ଼ିଶା ଆଣୁଛି ଏସ୍‌ଟିଏଫ୍‌।

ଗତ ଏପ୍ରିଲ ୧୨ ତାରିଖରେ ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ୍ ଜବତ କରାଯାଇଥିଲା। ଏହି ମାମଲରେ ଦୁଇ ଜଣ ଡ୍ରଗ୍ସ ମାଫିଆ- ବିଙ୍ଗଲୋର ସିଂହ ଓରଫ ରବି ଓ ସନ୍ନି କୁମାରଙ୍କୁ ଗିରଫ କରାଯାଇଥିଲା। ଏ ଦୁହିଁଙ୍କ ଘର ରାଜସ୍ଥାନରେ। ପଚରାଉଚରା ବେଳେ ଗୁଲବେଶ୍‌ ଖାନ୍‌ ଠାରୁ କୋକେନ୍ ଆଣିଥିବା ନେଇ ରବି ଓ ସନ୍ନି ପୁଲିସ୍‌କୁ କହିଥିଲେ। ଏହା ପରେ ତାକୁ ଧରିବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା।

ad-week
Leave A Reply

Your email address will not be published.