ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ

add-all

ଭୁବନେଶ୍ୱର: ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ । ଏହାର ନୂଆ ନାମ ମାଣିକୋଗୋଡା ରେଲଓ୍ୱେ ଷ୍ଟେସନ ରଖାଯିବ । ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଭୁବନେଶ୍ୱର ସାଂସଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ।

ଏ ବାବଦରେ କୌଣସି ଆପତ୍ତିଜନକ ପ୍ରମାଣପତ୍ର ବା ଏନଓସି ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି ବୋଲି ସାଂସଦ ସୂଚନା ଦେଇଛନ୍ତି। ଦୀର୍ଘ ଦିନରୁ ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ ବୋଲି ସେ କହିଛନ୍ତି। ଏହାପରେ ଦୀର୍ଘ ଦିନର ଦାବିକୁ ସମ୍ମାନ ଜଣାଇ ଅପାରାଜିତା ପୂର୍ବରୁ ରେଳ ମନ୍ତ୍ରୀଙ୍କୁ ଚିଠି ବୋଲାଗଡ ରୋଡ ଷ୍ଟେସନକୁ ମାଣିକାଗୋଡା ଷ୍ଟେସନ ନାମରେ ନାମିତ କରିବାକୁ ଅନୁରୋଧ କରିଥିଲେ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.