ଗଣେଶ ପୂଜାରେ ଅନାଥ ପିଲାଙ୍କୁ ଖଡ଼ି ଛୁଆଁଇଲେ ପୋଷାକ ବିତରଣ କଲେ

add-all

ଚିତ୍ରକୋଣ୍ଡା : ଗଣେଶ ପୂଜା କିଏ କେତେ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବେଳେ ଟେମ୍ପରାରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଖିବାକୁ ମିଳିଛି କିଛି ନିଆରା କାର୍ଯ୍ୟକ୍ରମ l ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀଙ୍କ ନଜରରେ କିଛି ଅନାଥ ଏବଂ ଗରିବ ପିଲା ଦେଖିବାକୁ ପାଇଥିଲେ ସେମାନଙ୍କୁ ପାଠ ପଠାଇବାର ସାହାଯ୍ୟ ଓ ସହାୟତାର ହାତ ବଢ଼ାଇ ନିଜ ଉଦ୍ୟମରେ ଗଣେଶ ଚତୁର୍ଥୀ ଅବସରରେ ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ସୃଷ୍ଟି କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଭୁକ୍ତ ଟେମ୍ପରାରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ଅନୁଷ୍ଠିତ ସମୟରେ ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରୀ ଉପସ୍ଥିତ ରହି ଅନାଥ ପିଲାମାନଙ୍କୁ ଖଡ଼ି ଛୁଆଇଥିଲେ ଏବଂ ଅନାଥ ପିଲାଙ୍କୁ ପୋଷାକ ବିତରଣ କରିଥିଲେ l ଉକ୍ତ ଖଡ଼ି ଛୁଆଁ ଏବଂ ପୋଷାକ ବିତରଣ ସମୟରେ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେଠି ଓ ବ୍ଲକ ଶିକ୍ଷାଧିକାରୀ ଶୁଶ୍ରୀ ଗାୟତ୍ରୀ ଦେବୀ ତଥା ବିଦ୍ୟାଳୟର କର୍ମଚାରୀ ସମୂହ ପରିଚାଳନା  କରିଥିଲେ l ଚିତ୍ରକୋଣ୍ଡା ବିଡ଼ିଓ ଓ ବିଇଓ ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରାଯାଇଛି l 

ad-week
Leave A Reply

Your email address will not be published.