ସ୍ବର୍ଗତ ମିନାକ୍ଷୀ ମିଶ୍ରଙ୍କ ନାମ ଘୋଷଣା କୁ ନେଇ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ଘୋର ନିନ୍ଦା…

add-all

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ସଦସ୍ୟା ରେ ଦିବଂଗତ ନେତ୍ରୀ ସ୍ବର୍ଗତ ମିନାକ୍ଷୀ ମିଶ୍ର କ଼ଂ ନାମ ଘୋଷଣା କରାଯିବା ଏକ ହାସ୍ୟାସ୍ପଦ କିନ୍ତୁ ସାଂଘାତିକ ପ୍ରସଙ୍ଗ। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଂଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟା ମାନଙ୍କ ନାମ ଘୋଷଣା କରିଛନ୍ତି। ଦୁଇ ବର୍ଷ ତଳେ ଯେଉଁ ମହିଳାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ, ନ୍ୟାୟ ପାଇବା ପାଇଁ ଯିଏ ଆତ୍ମହୁତି ଦେଇଥିଲେ ସେହି ମହିଳା କଂ ନାମକୁ ସଂଗଠନରେ ରଖିବା, ଏହା ସୂଚାଉଛି ବିଜୁ ଜନତା ଦଳ ସଂଗଠନ ଭିତ୍ତିକ ଦଳ ନୁହେଁ ଏହା ଏକ କ୍ଷମତା ଲୋଭି ଏବଂ ମହିଳା ମାନଙ୍କୁ ସମ୍ମାନ ନାମରେ ରାଜ୍ୟ ବାସୀଙ୍କୁ ଭୁଆଁ ବୁଲେଇବା ଦଳ।ଏହି ଦଳ ସାଶନ କ୍ଷମତାରେ ରହି ଯେଉଁଭଳି ଭୂତକୁଂ ଭତ୍ତା, ଭୂତକୁଂ ଆବାସ, ଭୂତକୁଂ ରାସନ୍ ଦେଉଛନ୍ତି ସେହିପରି ଭୂତକଂ ନାମକୁ ସଂଗଠନରେ ସ୍ଥାନ ଦେଇଛନ୍ତି। ବିଜୁ ଜନତା ଦଳ ମାତୃଜାତି କୁ ଦେଇଥିବା ଏହି ଅପମାନ କୁ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଘୋର ନିନ୍ଦା କରୁଛି।

ad-week
Leave A Reply

Your email address will not be published.