ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ

add-all

ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ।

ସୂଚନା ମୁତାବକ ବନ୍ଧ ଗାଁର ଶାନ୍ତନୁ ବେହେରା ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ତାଙ୍କ ସ୍ତ୍ରୀ ବାପ ଘରକୁ ଚାଲି ଯାଇଛନ୍ତି। ସ୍ତ୍ରୀଙ୍କୁ ଗୁଣି ଗାରେଡ଼ି ମାଧ୍ୟମରେ ଫେରାଇ ଆଣିବାକୁ ତାନ୍ତ୍ରିକ ଜଣକ ବାରମ୍ବାର ଶାନ୍ତନୁଙ୍କ ଠାରୁ ପଇସା ନେଉଥିଲେ।

ଶୁକ୍ରବାର ତାନ୍ତ୍ରିକ ଜଣକ ସେହି ଗାଁକୁ ଆସି ଶାନ୍ତନୁଙ୍କୁ ପଇସା ମାଗିଥିଲେ। ଏହାକୁ ନେଇ ଦିନ ୧୧ ଟା ସମୟରେ ଅଭିଯୁକ୍ତ ଶାନ୍ତନୁ ବେହେରା ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ତାନ୍ତ୍ରିକଙ୍କ ମୁଣ୍ଡକୁ ହାଣି ଦେଇଥିଲେ।

ଘଟଣା ସ୍ଥଳରେ ତାନ୍ତ୍ରିକର ମୃତ୍ୟୁ ହୋଇଥିବା ବେଳେ ଶାନ୍ତନୁ ବେହେରା ଧାରୁଆ ଅସ୍ତ୍ରକୁ ଧରି ସୁକିନ୍ଦା ଥାନାରେ ଆତ୍ମ ସମର୍ପଣ କରିଛି। ସୁକିନ୍ଦା ପୋଲିସ ଶାନ୍ତନୁକୁ ଗିରଫ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.