ଟ୍ରକ୍‌ ତଳେ ଚାପିହୋଇ ବାଇକ୍‌ ଚାଳକ ଗୁରୁତର

add-all

କେନ୍ଦୁଝର: କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ଛକରେ ସଡକ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍‌ ତଳେ ଚାପି ହୋଇ ଜଣେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ଖପରାଖାଇ ଗ୍ରାମର ସଞ୍ଜୟ ବାରିକ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାସ୍ତା କଡ଼ରେ ଠିଆ ହୋଇ ମୋବାଇଲରେ କଥା ହେଉଥିବା ବେଳେ ବାମେବାରି ଆଡୁ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା।

ଫଳରେ ବାଇକ୍‌ଟି ଟ୍ରକ୍‌ ତଳେ ଚାପି ହୋଇଯାଇଥିବା ବେଳେ ଚାଳକଙ୍କ ଦୁଇ ଗୋଡ ଟ୍ରକ୍‌ ତଳେ ଚାପି ହୋଇଯାଇଛି ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.